ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ: ପ୍ରଦର୍ଶନରେ ଅସନ୍ତୁଷ୍ଟ ମାଇକେଲ ଭନ

author img

By

Published : Jul 12, 2020, 5:34 PM IST

ଇଂଲଣ୍ଡର ପୂର୍ବତନ କ୍ୟାପଟେନ ମାଇକେଲ ଭନ ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଦଳର ପ୍ରଦର୍ଶନରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହିତ ଦ୍ବିତୀୟ ଟେଷ୍ଟରୁ ଜୋ ଡେନଲିଙ୍କୁ ବାଦ ଦେବାକୁ ପରାମର୍ଶ ଦେଇଛନ୍ତି ।

England Vs West Indies: Host should drop Denly for second test, feels Vaughan
ଇଂଲଣ୍ଡ ବନାମ ଇଣ୍ଡିଜ: ପ୍ରଦର୍ଶନରେ ଅସନ୍ତୁଷ୍ଟ ମାଇକେଲ ଭନ

ସାଉଥାମ୍ପଟନ: ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇକେଲ ଭନ ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଦଳର ପ୍ରଦର୍ଶନରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହିତ ଦ୍ବିତୀୟ ଟେଷ୍ଟରୁ ଜୋ ଡେନଲିଙ୍କୁ ବାଦ ଦେବାକୁ ପରାମର୍ଶ ଦେଇଛନ୍ତି ।

ଦ୍ବିତୀୟ ଟେଷ୍ଟରେ ନିୟମିତ କ୍ୟାପଟେନ ଜୋ ରୁଟ ଦଳକୁ ଫେରିବେ । ତେବେ ଯୁବ ଖେଳାଳି ୟଙ୍ଗ କ୍ରାୱଲେଙ୍କ ପରିବର୍ତ୍ତେ ଡେନଲିଙ୍କୁ ବାଦ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଭେଟେରାନ ଭନ । ଦ୍ବିତୀୟ ଟେଷ୍ଟ ମାଞ୍ଚେଷ୍ଟରରେ ଆସନ୍ତା ଗୁରୁବାରୁ ଆରମ୍ଭ ହେବ । ଏହି ମ୍ୟାଚରେ ଡେନଲି କିମ୍ବା କ୍ରାୱେଲେଙ୍କ ମଧ୍ୟରୁ ଜଣଙ୍କୁ ରୁଟଙ୍କ ପାଇଁ ସ୍ଥାନ ହରାଇବାକୁ ପଡିବ ।

3ନଂ ସ୍ଥାନରେ ବ୍ୟାଟିଂ କରୁଥିବା ଡେନଲି ପ୍ରଭାବି ପ୍ରଦର୍ଶନ କରିପାରିନାହାନ୍ତି । ପ୍ରଥମ ଟେଷ୍ଟର ଉଭୟ ଇଂନିସରେ ଯଥାକ୍ରମେ 18 ଓ 29 ରନ କରିଥିଲେ । 34 ବର୍ଷୀୟ ଡେନଲି 40 ରନ ମାର୍କକୁ ଉଭୟ ଇଂନିସରେ ଛୁଇଁପାରି ନଥିଲେ ।

ଗତବର୍ଷ ଡେବ୍ୟୁ କରିଥିଲେ ଡେନଲି । ଏଯାବତ ଖେଳିଥିବା 15ଟି ଟେଷ୍ଟରୁ 29.53 ହାରରେ ରନ ସଂଗ୍ରହ କରିଛନ୍ତି । 2019ରେ ଅଷ୍ଟ୍ରେଲିଆ ବିପକ୍ଷରେ 94 ରନ ତାଙ୍କର ସର୍ବାଧିକ ସ୍କୋର ।

ଅନ୍ୟପଟେ 22ବର୍ଷୀୟ କ୍ରାୱାଲେ 76 ରନର ଇଂନିସ ଖେଳି ଇଂଲଣ୍ଡକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.