ଲଣ୍ଡନ(ୟୁକେ): ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାଦ ପଡିଲେ ଇଂଲଣ୍ଡ ପେସ ବୋଲର ଜୋଫ୍ରା ଆର୍ଚର । ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ଗୁରୁବାର ଘୋଷଳଣା କରାଯାଇଛି । ଟିମର ଜୈବ ସୁରକ୍ଷିତ କଟକଣାକୁ ଉଲଂଘନ କରିଥିବାରୁ ଆର୍ଚରଙ୍କୁ ବାଦ ଦିଆଯାଇଥିବା ଜଣାପଡିଛି ।
![England Vs West Indies: Archer excluded from 2nd test after breaching team's bio secure protocols](https://etvbharatimages.akamaized.net/etvbharat/prod-images/archer-1_1607newsroom_1594884629_249.jpg)
"ଆର୍ଚରଙ୍କୁ 5 ଦିନ ପାଇଁ ଆଇସୋଲେସନରେ ରହିବାକୁ ହେବ । ଏହି ସମୟ ମଧ୍ୟରେ ତାଙ୍କର ପୁନଃ କୋଭିଡ-19 ଟେଷ୍ଟ କରାଯିବ । ଆଇସୋଲେସନ ଅବଧି ଶେଷ ପୂର୍ବରୁ ରିପୋର୍ଟ ନେଗେଟିଭ ଆସିବା ଜରୁରୀ ।" ଇସିବି ପକ୍ଷରୁ ଏକ ଘୋଷଣାନାମାରେ ଏହା କୁହାଯାଇଛି ।
ତେବେ କଟକଣାର ଉଲଂଘନ ପରେ ଆର୍ଚର କ୍ଷମା ପ୍ରାର୍ଥନା କରିଛନ୍ତି । ପୁରା ଟିମ ଓ ମ୍ୟାନେଜମେଣ୍ଟକୁ ସେ ବିପଦରେ ପକାଇଛନ୍ତି । ସେଥିପାଇଁ ଦୁଃଖିତ ବୋଲି କହିଛନ୍ତି । ନିଜ ସହ ମ୍ୟାନେଜମେଣ୍ଟ ଓ ଟିମର ସମ୍ମାନରେ କ୍ଷତି ପହଞ୍ଚାଇଛନ୍ତି ବୋଲି ସ୍ବୀକାର କରିଛନ୍ତି । ଏଥିସହିତ ଜୈବ ସୁରକ୍ଷିତ କଟକଣକୁ ଉଲଂଘନ କରିଥିବା ମଧ୍ୟ ସ୍ବୀକାର କରିଛନ୍ତି । ଇଂଲଣ୍ଡ ଏହି ସିରିଜରେ 0-1ରେ ପଛୁଆ ରହିଛି । ଦ୍ବିତୀୟ ଟେଷ୍ଟ ଆଜି ଓଲ୍ଡ ଟ୍ରାଫର୍ଡ ମାଞ୍ଚେଷ୍ଟର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।
ଇଂଲଣ୍ଡ ଟିମ: ଜୋ ରୁଟ(କ୍ୟାପଟେନ), ଡମ ସିବଲେ, ରରି ବର୍ଣ୍ଣସ, ଜାକ କ୍ରାୱଲେ, ବେନ ଷ୍ଟୋକ୍ସ, ଅଲି ପୋପ, ଜସ ବଟଲର(ୱିକେଟ କିପର), ଡୋମିନିକ ବେସ, ଷ୍ଟୁଆର୍ଟ ବ୍ରଡ, ମାର୍କ ଉଡ, ଜେମ୍ସ ଆଣ୍ଡରସନ, କ୍ରିସ ୱର୍କ୍ସ, ସାମ କରନ, ବେନ ଫୋକ୍ସ, ଜାକ ଲିଚ, ଓଲି ଷ୍ଟୋନ, ଓଲି ରବିନସନ, ଜେମ୍ସ ବ୍ରେସି, କ୍ରେଗ ଓଭରଟନ, ସାକିବ ମହମ୍ମୁଦ, ଡାନ ଲରେନ୍ସ ।
ୱେଷ୍ଟଇଣ୍ଡିଜ ଟିମ: ଜେସନ ହୋଲ୍ଡର(କ୍ୟାପଟେନ), ଜନ କାମ୍ପବେଲ, କ୍ରେଗ ବ୍ରାଥୱେଟ, ସମର ବ୍ରୁକ୍ସ, ସାଇ ହୋପ, ରୋଷ୍ଟନ ଚେଜ, ଜର୍ମିନ ବ୍ଳାକଉଡ, ସେନ ଡୋରିଚ(ୱକେଟ କିପର), ଆଲଜେରୀ ଜୋସେଫ, କିମାର ରୋଚ, ସାନନ ଗାବ୍ରିଏଲ, ରମନ ରୈଫର, ଚେମାର ହୋଲ୍ଡର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ