ଲଣ୍ଡନ: ମହାମାରୀ କୋରୋନା ଭାଇରସ ସ୍ଥିତି ଏବେବି ବିଶ୍ବବ୍ୟାପୀ ଗମ୍ଭୀର ରହିଛି । ସେଥିପାଇଁ ସଂକ୍ରମଣ ଭୟ ଯୋଗୁଁ ବିଳମ୍ବ ହୋଇପାରେ ଜୁନରେ ହେବାକୁ ଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ସିରିଜ । ଏପରି ଆଶଙ୍କା କରିଛନ୍ତି ଇଂଲଣ୍ଡ କ୍ରିକେଟ ଟିମର ମୁଖ୍ୟ ଆସଲେ ଗିଲସ ।
ମେ 28 ପର୍ଯ୍ୟନ୍ତ ଇଂଲଣ୍ଡ କ୍ରିକେଟ ପକ୍ଷରୁ ସମସ୍ତ ମ୍ୟାଚ ସ୍ଥଗିତ ରଖାଯାଇଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ 3 ଟିକିଆ ଘରୋଇ ଟେଷ୍ଟ ସିରିଜ ଇଂଲଣ୍ଡ । ପ୍ରଥମ ଟେଷ୍ଟ ଓଭାଲରେ ଜୁନ 4ରେ ଖେଳାଯିବା ନେଇ ମ୍ୟାଚସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ