ଲଣ୍ଡନ: ଆୟରଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କରିବ ଇଂଲଣ୍ଡ । ସେଥିପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ କ୍ରିକେଟ ବୋର୍ଡ ପକ୍ଷରୁ ଗୁରବାର, 24ଜଣିଆ ଇଂଲଣ୍ଡ ଟିମ ଘୋଷଣା କରାଯାଇଛି । ତେବେ ସମସ୍ତ ଖେଳାଳି ସୁରକ୍ଷିତ ଭାବେ ଖାଲି ଷ୍ଟାଡିୟମରେ ଅଭ୍ୟାସ କରିବେ ବୋଲି ଜଣାପଡିଛି ।
ଇଂଲଣ୍ଡ ଓ ଆୟଲରାଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ସାଉଥାମ୍ପଷ୍ଟନରେ ଜୁଲାଇ 30ରେ ପ୍ରଥମ ମ୍ୟାଚ, ଅଗଷ୍ଟ 1ରେ 2ୟ ଓ ଅଗଷ୍ଟ 4ରେ 3ୟ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । ଇସିବିର ଘୋଷଣାନାମା ଅନୁଯାୟୀ, ଘୋଷିତ ଟିମ ଦୁଇଟି ଗ୍ରୁପରେ ବିଭକ୍ତ ହୋଇ, 21 ଜୁଲାଇରୁ 24 ଜୁଲାଇ ପର୍ଯ୍ୟନ୍ତ ୱାର୍ମଅପ ମ୍ୟାଚ ଖେଳିବେ । ଏହାପରେ ଚୁଡାନ୍ତ ଦିନିକିଆ ଟିମ ଚୟନ କରାଯିବ।
ତେବେ ଦିନିକିଆ ସିରିଜ ପାଇଁ ଘୋଷିତ ଟିମରେ ମୋଇନ ଅଲ୍ଲୀ ଓ ଜନି ବେୟାଷ୍ଟୋଙ୍କୁ ସ୍ଥାନ ମିଳିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଉଭୟ ଖେଳାଳିଙ୍କୁ ସ୍ଥାନ ମିଳିନଥିଲା । ଇଂଲଣ୍ଡର ଦିନିକିଆ ଟ୍ରେନିଂ ଗ୍ରୁପ: ଇଆନ ମୋର୍ଗାନ(କ୍ୟାପଟେନ), ମୋଇନ ଅଲ୍ଲୀ, ଜୋନାଥନ ବେୟାଷ୍ଟୋ, ଟମ ବଣ୍ଟନ, ସାମ ବିଲିଙ୍ଗ୍ସ, ବେରୀ ବ୍ରୁକ୍ସ, ବ୍ରେଡନ କାର୍ସେ, ଟମ କରନ, ଲିଆମ ଡାୱସନ, ବେନ ଡକେଟ, ଲାଉରି ଇଭାନସ, ରିଚାର୍ଡ ଗ୍ଳିସନ, ଲିୱିସ ଗ୍ରେଗୋରୀ, ସାମ ହେନ, ଟମ ହେଲ୍ମ, ଲିଆମ ଲିଭିଂଷ୍ଟୋନ, ସାକିବ ମହମ୍ମୁଦ, ମାଥ୍ୟୁ ପାର୍କିନସନ, ଆଦିଲ ରସିଦ, ଜେସନ ରୟ, ଫିଲ ସଲ୍ଟ, ରିସ ଟୋପଲେ, ଜେମ୍ସ ଭିନ୍ସ, ଡେଭିଡ ୱିଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ