ETV Bharat / sports

ରୋଡ ସେଫଟି ୱାର୍ଲଡ ସିରିଜ, ଇଂଲଣ୍ଡ ଲିଜେଣ୍ଡସ ଓ ବାଂଲାଦେଶ ଲିଜେଣ୍ଡସ ମଧ୍ୟରେ ଲଢ଼େଇ - england legends

ଦୁଇ ବର୍ଷ ପରେ ପୁଣି ପଡ଼ିଆରେ ନିଜର ଜଲୱା ଦେଖାଇବେ ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ କେଭିନ ପିଟରସନ। ରୋଡ ସେଫଟି ୱାର୍ଲଡ ସିରିଜରେ ଆଜି ଲଂଲଣ୍ଡ ଲିଜେଣ୍ଡସ ଓ ବାଂଲାଦେଶ ଲିଜେଣ୍ଡଙ୍କ ମଧ୍ୟରେ ହେବ ଟକ୍କର।

ରୋଡ ସେଫଟି ୱାର୍ଲଡ ସିରିଜ, ଇଂଲଣ୍ଡ ଲିଜେଣ୍ଡସ ଓ ବାଂଲାଦେଶ ଲିଜେଣ୍ଡସ ମଧ୍ୟରେ ଲଢ଼େଇ

author img

By

Published : Mar 7, 2021, 4:30 PM IST

ରାୟପୁର: ଦୁଇ ବର୍ଷ ପରେ ପୁଣି ପଡ଼ିଆରେ ନିଜର ଜଲୱା ଦେଖାଇବେ ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ କେଭିନ ପିଟରସନ। ରାୟପୁର ଶହୀଦ ବୀର ନାରାୟଣ ଷ୍ଟାଡିୟମରେ ପିଟରସନଙ୍କ ଧୁଆଁଦାର ବ୍ୟାଟିଂ ଦେଖିବାକୁ ମିଳିବ। ରୋଡ ସେଫଟି ୱାର୍ଲଡ ସିରିଜରେ ଆଜି(ରବିବାର) ଲଲଣ୍ଡ ଲିଜେଣ୍ଡସ ଓ ବାଂଲାଦେଶ ଲିଜେଣ୍ଡଙ୍କ ମଧ୍ୟରେ ହେବ ଟକ୍କର।

ଇଲଣ୍ଡ ଲିଜେଣ୍ଡସ ଅଧିନାୟକ ଦାୟିତ୍ବରେ ରହିଛନ୍ତି କେଭିନ ପିଟରସନ। ଲଲଣ୍ଡ ଦଳରେ ଜୋନାଥନ ଟ୍ରଟ, ଜେମ୍ସ ଟିଣ୍ଡଲ, ଉସ୍ମାନ ଅଫଜଲ, କବୀର ଅଲି, ମାଥ୍ୟୁ ହୋଗାର୍ଡ, ରିୟାନ ସାଇଡବୋଟମ, ମଣ୍ଟି ପାନେସର ଆଦି ଖେଳାଳି ରହିଛନ୍ତି। ସେପଟେ ବାଂଲାଦେଶ ଲିଜେଣ୍ଡସ ପ୍ରଥମ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡସଠାରୁ 10 ୱିକେଟରେ ପରାସ୍ତ ହୋଇଛି। ଏହି ମ୍ୟାଚରେ ନବାବ ଅଫ୍ ନଜଫଗଡ଼ ବିରେନ୍ଦ୍ର ସେହେୱାଗ ମାତ୍ର 35 ବଲରୁ ବିସ୍ଫୋରକ 80 ରନ କରିଥିଲେ।

ଗତ ମ୍ୟାଚରେ ବାଂଲାଦେଶ ଲିଜେଣ୍ଡସ ଭଲ ପ୍ରଦର୍ଶନ କରି ପାରିନଥିଲା। ଏହି ମ୍ୟାଚରେ ବିଜୟୀ ହେବାକୁ ହେଲେ ସମସ୍ତ ବିଭାଗରେ ବାଂଲାଦେଶକୁ ସୁଧାର ଆଣିବାକୁ ହେବ। ଗତ ଥର ମାତ୍ର 109ରନରେ ଦଳ ଅଲଆଉଟ ହୋଇଥିଲା। ତେବେ ଏହି ମ୍ୟାଚକୁ ନେଇ ଉଭୟ ଦଳର କ୍ରିକେଟର ଉତ୍ସାହିତ ଥିବା ଜଣା ପଡ଼ିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.