ETV Bharat / sports

ଚେନ୍ନାଇରେ ପହଞ୍ଚିଲା ଇଂଲଣ୍ଡ କ୍ରିକେଟ ଟିମ

author img

By

Published : Jan 27, 2021, 6:32 PM IST

ବୁଧବାର ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଇଂଲଣ୍ଡ କ୍ରିକେଟ ଟିମ ଓ ସପୋର୍ଟ ଷ୍ଟାଫ । ଆସନ୍ତା 5ରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଅଧିକ ପଢନ୍ତୁ...

England Cricket team
ଚେନ୍ନାଇରେ ପହଞ୍ଚିଲା ଇଂଲଣ୍ଡ କ୍ରିକେଟ ଟିମ

ଚେନ୍ନାଇ: ଭାରତରେ ପହଞ୍ଚିଲା ଇଂଲଣ୍ଡ କ୍ରିକେଟ ଟିମ । ବୁଧବାର ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଟିମ ଓ ସପୋର୍ଟ ଷ୍ଟାଫ । ଆସନ୍ତା ଫେବୃୟାରୀ 5ରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ ।

ଚେନ୍ନାଇରେ ପହଞ୍ଚିଲା ଇଂଲଣ୍ଡ କ୍ରିକେଟ ଟିମ

କୋରୋନା ମହାମାରୀ ପରେ ଭାରତରେ ଫେରିବ କ୍ରିକେଟ । ବିଶ୍ବର ପ୍ରଥମ ଦଳ ଭାବରେ ଇଂଲଣ୍ଡ କ୍ରିକେଟ ଦଳ ଭାରତ ଗସ୍ତ କରିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଭାରତ ସହ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ,20 ଟ୍ବେଣ୍ଟି ସହ ଦିନିକିଆ ସିରିଜ ଖେଳାଯିବ । ପ୍ରଥମେ ଇଂଲଣ୍ଡ କ୍ରିକେଟ ଦଳ ଭାରତୀୟ କ୍ରିକେଟ ଟିମ ସହ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଜୋ ରୁଟଙ୍କ ନେତୃତ୍ବରେ ଆସିଥିବା ଇଂଲଣ୍ଡ କ୍ରିକେଟ ଆସନ୍ତା 6 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବେ । ସମସ୍ତଙ୍କୁ କୋରୋନା କଟକଣା ମଧ୍ୟରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ , ରୋରି ବ୍ରର୍ଣ୍ଣସ ସହ ଜଫ୍ରା ଆର୍ଚେର ସୋମବାର ଚେନ୍ନାଇରେ ପହଞ୍ଚି ଏବଂ କ୍ବାରେଣ୍ଟାଇନରେ ରହିଛନ୍ତି ।

ଚେନ୍ନାଇ ଓ ଅହମ୍ମଦାବାଦରେ ଚାରି ଟେଷ୍ଟ ମ୍ୟାଚ ଆଯୋଜନ କରାଯିବ । ଚାରି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଚେନ୍ନାଇର ଏମ ଏ ଚଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ସେହିପରି ଅହମ୍ମଦାବାଦର ନୂତନ ଭାବରେ ନିର୍ମାଣ କରାଯାଇଥିବା ମୋଟେରା ଷ୍ଟାଡିୟମରେ ଟେଷ୍ଟ ଖେଳାଯିବ । ଖେଳାଳି ମାନଙ୍କ ପାଇଁ ସମ୍ପୂର୍ଣ୍ଣ କୋରୋନା କଟକଣା ସହ ଖେଳାଯିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ଟେଷ୍ଟ ସିରିଜ ବେଶ ରୋମାଞ୍ଚକର ହେବାର ସମ୍ଭାବନା ରହିଛି । ସୂଚନାଥାଉକି ଇଂଲଣ୍ଡ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ଭାରତରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.