ମାଞ୍ଚେଷ୍ଟର: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଆରମ୍ଭରେ ବିଳମ୍ବ ହୋଇଛି । ଟସ ପୂର୍ବରୁ ବର୍ଷା ଯୋଗୁଁ ପଡିଆ ଓଦା ରହିଛି । ଫଳରେ ନିର୍ଧାରିତ ଟସ ସମୟରେ ବିଳମ୍ବ ହୋଇଛି ।
-
Jason Holder has won the toss and chosen to bowl first 🌴 #ENGvWI pic.twitter.com/ei5da35f8J
— ICC (@ICC) July 16, 2020 " class="align-text-top noRightClick twitterSection" data="
">Jason Holder has won the toss and chosen to bowl first 🌴 #ENGvWI pic.twitter.com/ei5da35f8J
— ICC (@ICC) July 16, 2020Jason Holder has won the toss and chosen to bowl first 🌴 #ENGvWI pic.twitter.com/ei5da35f8J
— ICC (@ICC) July 16, 2020
ସ୍ଥାନୀୟ ସମୟ 10.30 a.m ରେ ଟସର ସମୟ ଧାର୍ଯ୍ୟ ହୋଇଥିଲା । ତେବେ ସକାଳ ସମୟରେ ବର୍ଷା ଯୋଗୁଁ ପିଚରେ କଭଲ ହଟାଯାଇ ପାରିନଥିଲା।
ସାଉଥାମ୍ପଟନରେ ସମସ୍ତ ବିଭାଗରେ ଦମଦାର ପ୍ରଦର୍ଶନ ସହ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିଲା ୱେଷ୍ଟଇଣ୍ଡିଜ । ତେବେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଟିମକୁ ନିୟମିତ କ୍ୟାପଟେନ ଜୋ ରୁଟ ଫେରିଛନ୍ତି । ଫଳରେ ମାଞ୍ଚେଷ୍ଟରରେ ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ରହିଛି ଘରୋଇ ଦଳ ।
ପୂର୍ବ ଆକଳନ ଅନୁଯାୟୀ ଜୋ ଡେନଲିଙ୍କ ସ୍ଥାନରେ ରୁଟ ଦଳରେ ସାମିଲ ହୋଇଛନ୍ତି । ପ୍ରଥମ ଟେଷ୍ଟର ଉଭୟ ଇଂୱିସରେ ଶୀଘ୍ର ଆଉଟ ହୋଇଥିସଲେ ଡେନଲି । ଜାକ କ୍ରାୱଲେ ଶେଷ ଭାଗରେ 76 ରନର ଇଂନିସ ଖେଳି ଇଂଲଣ୍ଡକୁ ଲଢୁଆ ସ୍ଥିତିରେ ପହଞ୍ଚାଇଥିଲେ । ଫଳରେ ତାଙ୍କର ସ୍ଥାନ ସୁରକ୍ଷିତ ରହିଛି ।
3 ମ୍ୟାଚ ବିଶିଷ୍ଟ ଟେଷ୍ଟରେ ସିରିଜରେ 1-ରେ ଆଗୁଆ ରହିଛି ଜେସନ ହୋଲ୍ଡରଙ୍କ ୱେଷ୍ଟଇଣ୍ଡିଜ । ଏଥିସହିତ ଇଂଲଣ୍ଡ ମାଟିରେ 32 ବର୍ଷରେ ପ୍ରଥମ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ