ETV Bharat / sports

10 ବର୍ଷ ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଜିତିଲା ଇଂଲଣ୍ଡ

author img

By

Published : Aug 25, 2020, 11:01 PM IST

ସାଉଥାମ୍ପଟନରେ ଖେଳାଯାଇଥିବା 3ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଫଳରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 1-0ରେ ହାତେଇଛି ଇଂଲଣ୍ଡ ।

ENG VS PAK 3rd Test: Match Drawn, Englang won series by 1-0
10 ବର୍ଷ ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଜିତିଲା ଇଂଲଣ୍ଡ

ସାଉଥାମ୍ପଟନ: ପାକିସ୍ତାନ ବିପକ୍ଷରେ 10 ବର୍ଷ ପରେ ଟେଷ୍ଟ ସିରିଜ ଜିତିଲା ଇଂଲଣ୍ଡ । ସାଉଥାମ୍ପଟନରେ ଖେଳାଯାଇଥିବା 3ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଫଳରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 1-0ରେ ହାତେଇଛି ଇଂଲଣ୍ଡ ।

ଇଂଲଣ୍ଡ କ୍ୟାପଟେନ ଜୋ ରୁଟ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ଜାକ କ୍ରାୱେଲେଙ୍କ ମାରାଥନ 267 ରନର ଦ୍ବିଶତକୀୟ ଇଂନିସ ଓ ୱିକେଟ କିପର କିପର ବ୍ୟାଟ୍ସମ୍ୟାନ ଜସ ବଟଲଙ୍କ 152 ରନର ବଳରେ ଘରୋଇ ଇଂଲଣ୍ଡ ଦଳ 583/3 ରେ ପ୍ରଥମ ଇଂନିସ ଘୋଷଣା କରିଥିଲା । ପାକିସ୍ତାନ ପକ୍ଷରୁ ସାହୀନ ଆଫ୍ରିଦୀ 2ଟି, ୟାସିର ସାହ 2ଟି, ଆଲାମ 2ଟି ଓ ନସୀମ ସାହ, ସାଫିକଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ଜବାବରେ ପାକିସ୍ତାନ ପ୍ରଥମ ଇଂନିସରେ 273 ରନରେ ସମସ୍ତ ୱିକେଟ ହରାଇଥିଲା । କ୍ୟାପଟେନ ଅଝାର ଅଲ୍ଲୀ 141 ରନର ଶତକୀୟ ଇଂନିସ ଖେଳିଥିଲେ । ତେବେ ମ୍ୟାଚରେ ବର୍ଷା ବାଧକ ସାଜିବାରୁ ମ୍ୟାଚ ପ୍ରଭାବିତ ହୋଇଥିଲା । ଇଂଲଣ୍ଡ ପାକିସ୍ତାନକୁ ଫଲୋଅନ ଦେବାପରେ ପାକିସ୍ତାନ ଦ୍ବିତୀୟ ଇଂନିସରେ 187 ରନରେ 4ଟି ୱିକେଟ ହରାଇ ସଂଘର୍ଷ କରୁଥିଲା । ଅନ୍ୟପଟେ ଇଂଲଣ୍ଡକୁ ବିଜୟ ପାଇଁ ଶେଷ ଦିନରେ 6 ୱିକେଟର ଆବଶ୍ୟକ ଥିଲା । ମାତ୍ର ପୁନର୍ବାର ବର୍ଷା ଯୋଗୁଁ ମ୍ୟାଚ ସମ୍ଭବ ହୋଇନଥିଲା । ଫଳରେ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଥିଲା ।

ପୂର୍ବରୁ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିବାବେଳେ, ଦ୍ବିତୀୟ ଟେଷ୍ଟ ମଧ୍ୟ ବର୍ଷା ଯୋଗୁଁ ଅମୀମାଂସିତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.