ETV Bharat / sports

ମାଞ୍ଚେଷ୍ଟର ଦିନିକିଆ: ଇଂଲଣ୍ଡ ସାମ୍ନାରେ 295 ରନର ବିଜୟ ଲକ୍ଷ୍ୟ

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ 294 ରନ କରିଛି ଅଷ୍ଟ୍ରେଲିଆ । ଫଳରେ ଘରୋଇ ଇଂଲଣ୍ଡ ସାମ୍ନାରେ 295 ରନର ବିଜୟ ଲକ୍ଷ୍ୟ ରଖିଛି ।

author img

By

Published : Sep 11, 2020, 9:35 PM IST

ENG vs AUS, 1st ODI: maxwell, marsh fifty, Australia  set target of 295 runs
ମାଞ୍ଚେଷ୍ଟର ଦିନିକିଆ: ଇଂଲଣ୍ଡ ସାମ୍ନାରେ 295 ରନର ବିଜୟ ଲକ୍ଷ୍ୟ

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ 294 ରନ କରିଛି ଅଷ୍ଟ୍ରେଲିଆ । ଫଳରେ ଘରୋଇ ଇଂଲଣ୍ଡ ସାମ୍ନାରେ 295 ରନର ବିଜୟ ଲକ୍ଷ୍ୟ ରଖିଛି । ଟସ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ, ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।

ଦଳ ପକ୍ଷରୁ ସର୍ବାଧିକ 73 ରନର ଇଂନିସ ଖେଳିଛନ୍ତି ଗ୍ଳେନ ମାକ୍ସୱେଲ । 59 ବଲରୁ 4 ଚୌକା ଓ 4 ଛକା ସହାୟତାରେ 77 ରନର ବିସ୍ଫୋରକ ଇଂନିସ ଖେଳିଛନ୍ତି ମାକ୍ସୱେଲ । ଅଲରାଉଣ୍ଡର ମିଚେଲ ମାର୍ଶ ମଧ୍ୟ 100 ବଲରୁ 6 ଚୌକା ସହ 73 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ମାର୍ନସ ଷ୍ଟୋଇନିସ 34 ବଲରୁ 43 ଓ ମାର୍ନସ ଲବୁସାନ 21 ରନର ଯୋଗଦାନ କରିଥିଲେ । ଓପନର ଡେଭିଡ ୱାର୍ଣ୍ଣର 6 କ୍ୟାପଟେନ ଆରୋନ ଫିଞ୍ଚ 16 ରନ ସହ ଫେଲ୍ ମାରିଛନ୍ତି । ମିଚେଲ ଷ୍ଟାର୍କ ଶେଷ ଭାଗରେ 12 ବଲରୁ 19ରନର ଉପଯୋଗୀ ଇଂନିସ ଖେଳି ଦଳର ସ୍କୋର 290 ପାର କରାଇଥିଲେ ।

ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଓ ମାର୍କ ଉଡ 3ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସ୍ପିନର ଆଦିଲ ରସିଦ 2ଟି ଓ କ୍ରିସ ୱର୍କ୍ସ ଗୋଟିଏ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.