ସାଉଥାମ୍ପଷ୍ଟନ: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 2ୟ ଦିନରେ ହିରୋ ରହିଛନ୍ତି ଜେସନ ହୋଲ୍ଡର । କ୍ୟାପଟେନ ହୋଲ୍ଡର ଘାତକ ବୋଲିଂରେ 6ଟି ୱିକେଟ ଅକ୍ତିଆର କରିବା ସହ ଇଂଲଣ୍ଡ ବ୍ୟାଟିଂକୁ ଧ୍ବସ୍ତ କରିଥିଲେ । ଫଳରେ ଘରୋଇ ଦଳ ସମସ୍ତ ୱିକେଟ ହରାଇ ମାତ୍ର 204 ରନ କରିପାରିଥିଲା ।
ଅନ୍ୟପଟେ ଇଂଲଣ୍ଡ କ୍ୟାପଟେନ ବେନ ଷ୍ଟୋକ୍ସ, ଦଳ ପକ୍ଷରୁ ସର୍ବାଧିକ 43 ରନ କରିଥିଲେ । ଜସ ବଟଲରଙ୍କ ସହ 67 ରନର ପାର୍ଟନରସିପ ଇଂଲଣ୍ଡ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଉଭୟ ବ୍ୟାଟିଂ କରୁଥିବା ସମୟରେ ଇଂଲଣ୍ଡ ପ୍ରଥମ ଇଂନିସରେ ଏକ ବଡ ସ୍କୋର ଆଡକୁ ଅଗ୍ରସର ହେବାର ସମ୍ଭାବନା ସୃଷ୍ଟ ହୋଇଥିଲା । ଉଭୟ 106/5 ରୁ ଦ୍ବିତୀୟ ଦିନର 2ୟ ସେସନ ଆରମ୍ଭ କରିଥିଲେ ।
ମାତ୍ର ହୋଲ୍ଡର 57 ବଲରେ 35 ରନ କରି ଆଉଚ ହେବାପରେ ଏହି ଭାଗିଦାରୀ ଭଙ୍ଗ ହୋଇଥିଲା । ଶେଷ ଭାଗରେ ଡମ ବେସ 31 ରନର ଇଂନିସ ଖେଳି ଇଂଲଣ୍ଡର ସ୍କୋର 200 ପାର କରାଇଥିଲେ । ହୋଲ୍ଡର 6ଟି ଓ ଗାବ୍ରିଏଲ 4ଟି ୱକେଟ ଅକ୍ତିଆର କରିଥିଲେ ।
ଏହାପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ କରିଥିଲା । 2ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର 57/1 ରହିଛି । ଏକମାତ୍ର ଖେଳାଳି ଭାବେ ଜନ ଚାମ୍ପବେଲ 28 ରନ କରି ଆଣ୍ଡରସନଙ୍କ ଦ୍ବାରା ଆଉଟ ହୋଇଛନ୍ତି । କ୍ରେଗ ବ୍ରାଥୱେଟ 20 ଓ ସାଇ ହୋପ 3 ରନେ ଅପରାଜିତ ଅଛନ୍ତି । ଆଜି ତୃତୀୟ ଦିନରେ ଇଣ୍ଡିଜ ଅସମାପ୍ତ ସ୍କୋର 57ରୁ ଇଂନିସ ଆରମ୍ଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ