ETV Bharat / sports

ମନ୍ଥର ବୋଲିଂ ପାଇଁ ଇଂଲଣ୍ଡ ଖେଳାଳିଙ୍କୁ ଅର୍ଥଦଣ୍ଡ

ଇଂଲଣ୍ଡ ଖେଳାଳିଙ୍କ କଟିଲା 20 ପ୍ରତିଶତ ମ୍ୟାଚ ପାଉଣା । ଭାରତ ବିପକ୍ଷ 4ର୍ଥ ଟି20 ମ୍ୟାଚରେ ମନ୍ଥର ବୋଲିଂ ପାଇଁ ଆଇସିସି ଇଆନ ମୋର୍ଗାନଙ୍କ ଟିମକୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛି । ଅଧିକ ପଢନ୍ତୁ...

Eng fined 20 percent of match fees for slow over-rate in fourth T20I
ମନ୍ଥର ବୋଲିଂ ପାଇଁ ଇଂଲଣ୍ଡ ଖେଳାଳିଙ୍କୁ ଅର୍ଥଦଣ୍ଡ
author img

By

Published : Mar 19, 2021, 10:54 PM IST

ଅହମ୍ମଦାବାଦ: ଇଂଲଣ୍ଡ ଖେଳାଳିଙ୍କ କଟିଲା 20 ପ୍ରତିଶତ ମ୍ୟାଚ ପାଉଣା । ଭାରତ ବିପକ୍ଷ 4ର୍ଥ ଟି20 ମ୍ୟାଚରେ ମନ୍ଥର ବୋଲିଂ ପାଇଁ ଆଇସିସି ଇଆନ ମୋର୍ଗାନଙ୍କ ଟିମକୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛି ।

ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫ୍ରୀ ଜଗଭଲ ଶ୍ରୀନାଥ ଏହି ଅର୍ଥଦଣ୍ଡଙ୍କୁ ମଞ୍ଜୁର କରିଛନ୍ତି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ନିର୍ଧାରିତ ସମୟ ଠାରୁ ଗୋଟିଏ ଓଭର କମ ବୋଲିଂ କରିଥିଲା ଇଆନ ମୋର୍ଗାନଙ୍କ ଟିମ ।

ଫଳରେ ଆଇସିସିର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଥିବା ଆଚରଣ ବିଧିର ଧାରା 2.22 ଅନୁଯାୟୀ, ସ୍ଲୋ ଓଭର -ରେଟ ଅପରାଧ ପାଇଁ ଖେଳାଳିଙ୍କ ମ୍ୟାଚ ପାଉଣାରୁ 20 ପ୍ରତିଶତ କଟିବା ନେଇ ପ୍ରାବଧାନ ରହିଛି । ଏନେଇ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.