ନୂଆଦିଲ୍ଲୀ: ବର୍ଷିଆନ ବଲିଉଡ ଅଭିନେତା ଋଷି କପୁରଙ୍କ ଦେହାନ୍ତରେ କେବଳ ଭାରତ ନୁହେଁ ବରଂ ସମଗ୍ର ବଲିଉଡ ପ୍ରେମୀ ସ୍ତବ୍ଦ ହୋଇଯାଇଛନ୍ତି । ଋଷି କପୁରଙ୍କ ଦେହାନ୍ତକୁ ପାକିସ୍ତାନର ପୂର୍ବତନ କ୍ରିକେଟର ୱାକର ୟୁନିସ ଗୋଟିଏ ଯୁଗର ଅନ୍ତ ବୋଲି କହିଛନ୍ତି । ଦୁଃଖଦ, ହୃଦୟ ବିଦାରକ କହିବା ସହ, ୱାର୍ଲ୍ଡ ସିନେମା ପାଇଁ ଏହି ସପ୍ତାହ ଦୁଃଖର ସପ୍ତାହ ହୋଇଛି ବୋଲି କହିଛନ୍ତି । ଏଥିସହିତ ଆତ୍ମାର ସଦଗତି କାମନା କରିଛନ୍ତି ।
-
Heart Broken 💔. Terrible week for the World cinema. An era ends with your demise but you will stay in our Hearts forever. My deepest condolences to the Kapoor family.#RIP #Legend pic.twitter.com/wVLxqD5INW
— Waqar Younis (@waqyounis99) April 30, 2020 " class="align-text-top noRightClick twitterSection" data="
">Heart Broken 💔. Terrible week for the World cinema. An era ends with your demise but you will stay in our Hearts forever. My deepest condolences to the Kapoor family.#RIP #Legend pic.twitter.com/wVLxqD5INW
— Waqar Younis (@waqyounis99) April 30, 2020Heart Broken 💔. Terrible week for the World cinema. An era ends with your demise but you will stay in our Hearts forever. My deepest condolences to the Kapoor family.#RIP #Legend pic.twitter.com/wVLxqD5INW
— Waqar Younis (@waqyounis99) April 30, 2020
67 ବର୍ଷ ବୟସରେ ମୁମ୍ବାଇର ଏଚ ଏନ ରିଲିଆନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଆଜି ସକାଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବଲିଉଡ ଭେଟାରନ ଋଷି କାପୁର । ଗତଦୁଇ ବର୍ଷ ଧରି ଅସୁସ୍ଥତା କାରଣରୁ ଆମେରିକାରେ ସେ ଚିକିତ୍ସିତ ଥିଲେ । ବର୍ଷ 2019ରେ ଇମ୍ରାନ ହାସମି ଓ ଶୋଭିତା ଧୁଲିପାଲାଙ୍କ ସହ ଫିଲ୍ମ 'ଦ ବଡି' ରେ ଶେଷ ଥର ପାଇଁ ରିଷି କାପୁରଙ୍କ ଅଭିନୟ ଦେଖିବାକୁ ମିଳିଥିଲା ।