ETV Bharat / sports

ବିନା ଦର୍ଶକରେ କ୍ରିକେଟ ନେଇ ଏମିତି କହିଲେ କୋହଲି

author img

By

Published : May 8, 2020, 3:01 PM IST

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ବିନା ଦର୍ଶକରେ କ୍ରିକେଟ ମ୍ୟାଚ ଆରମ୍ଭ ନେଇ ମତ ରଖିଛନ୍ତି । କୋହଲି କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ହୁଏତ ଏହା ଏକ ବିକଳ୍ପ ହୋଇପାରେ, ମାତ୍ର ସମାନ ଗ୍ରହଣୀୟତା ରକ୍ଷା କରିବା ନେଇ ଆଶଙ୍କା ରହିଛି ।

Emotions Very difficult to recreate behind closed doors, says Kohli
ବିନା ଦର୍ଶକରେ କ୍ରିକେଟ ନେଇ ଏମିତି କହିଲେ କୋହଲି

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ବିନା ଦର୍ଶକରେ କ୍ରିକେଟ ମ୍ୟାଚ ଆରମ୍ଭ ନେଇ ମତ ରଖିଛନ୍ତି । କୋହଲି କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ହୁଏତ ଏହା ଏକ ବିକଳ୍ପ ହୋଇପାରେ, ମାତ୍ର ସମାନ ଗ୍ରହଣୀୟତା ବଜାୟ ରଖିବା ନେଇ ଆଶଙ୍କା ରହିଛି । ଅନ୍ୟପଟେ ଖେଳାଳିଙ୍କ ଭାବାବେଗ ମଧ୍ୟ ପରିପ୍ରକାଶ ହେବାର ଅସୁବିଧା ହେବ । ଫଳରେ ଏହା ପ୍ରତିଦ୍ବନ୍ଦ୍ବିତା ମନୋବଳକୁ କମ କରିବା ସମ୍ଭାବନା ରହିଛି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ କ୍ରିକେଟ ସମେତ ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ କ୍ରିକେଟ ମ୍ୟାଚ ଆରମ୍ଭ ନେଇ ବିକଳ୍ପ ଚିନ୍ତା କରାଯାଉଛି । କାରଣ ଭିଜାକୁ ସଂପୂର୍ଣ୍ଣ ବାରଣ ସହ, ଅନେକ ଦେଶରେ ଲକଡାଉନ ଲାଗୁ ହୋଇଛି ।

ଏଯାବତ କୋରୋନା ଭାଇରସରେ ବିଶ୍ବବ୍ୟାପୀ 2.6 ଲକ୍ଷ ଲୋକ ପ୍ରାଣ ହରାଇ ସାରିଲେଣି । ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଭାରତରେ କ୍ରିକେଟ ଅସମ୍ଭବ ବୋଲି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.