ETV Bharat / sports

ଭିଡିଓ ସେୟାର କଲେ ଧଓ୍ବନ, ଟିମକୁ ସମର୍ଥନ ପାଇଁ କଲେ ଅପିଲ

ଆହତ ହୋଇ ଟିମରୁ ବାଦ ପଡିବା ପରେ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ଧୱନ । ଏହାସହ ଆଗକୁ ଥିବା ମ୍ୟାଚ ଗୁଡିକରେ ଟିମକୁ ସମର୍ଥନ କରିବାକୁ କଲେ ଅପିଲ ।

author img

By

Published : Jun 20, 2019, 8:43 PM IST

ଫଟୋସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@SDhawan25

ହାଇଦ୍ରାବାଦ: ଆହତ ସମସ୍ୟା ନେଇ ଟିମରୁ ବାଦ ପଡିବା ପରେ ଭାବ ବିହ୍ୱଳ ହୋଇ ଉଠିଛନ୍ତି ଶିଖର ଧୱନ । ସୋସିଆଲ ମିଡିଆ ଟ୍ୱିଟରରେ ଏକ ଭିଡିଓ ସେୟାର କରି ନିଜ ଫ୍ୟାନ୍ସଙ୍କୁ ମନର କଥା କହିଛନ୍ତି ଶିଖର । ବୁଧବାର ବିସିସିଆଇ ଧୱନଙ୍କ ଟିମରୁ ବାଦ ପଡିବା ନେଇ ସୂଚନା ଦେଇଥିଲା । ବିଶ୍ବକପରେ ଏବେ ଧୱନଙ୍କ ବଦଳରେ ଖେଳିବେ ଋଷଭ ପନ୍ତ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@SDhawan25

ଭିଡିଓରେ ଧୱନ କହିଛନ୍ତି, ‘ମୁଁ ବିଶ୍ବକପରେ ଆଗକୁ ଖେଳିପାରିବି ନାହିଁ । ମୋ ପାଇଁ ଆପଣ ମାନଙ୍କ ଭଲପାଇବା ଓ ପ୍ରାର୍ଥନା ପାଇଁ ସମସ୍ତଙ୍କ ନିଟରେ ନିକଟରେ ମୁଁ କୃତଜ୍ଞ । ମୋ ଦେଶ ପାଇଁ ମୁଁ ଖେଳିବାକୁ ଚାହୁଁଥିଲି, ଦୁର୍ଭାଗ୍ୟବଶତଃ ମୋ ଆଙ୍ଗୁଠି ଏପର୍ଯ୍ୟନ୍ତ ଠିକ ହୋଇ ପାରିନାହିଁ । ତେଣୁ ମୁଁ ଭାରତ ଫେରିଯାଉଛି । ମୁଁ ନିଶ୍ଚିତ ଯେ ଟିମ୍ ଖୁବ ଭଲ ପ୍ରଦର୍ଶନ କରିବ । ଆପଣ ମାନେ ତାଙ୍କୁ ଏହିପରି ସହଯୋଗ ଓ ଭଲପାଇବା ଦେଉଥାନ୍ତୁ । ସେମାନେ ନିଶ୍ଚିତ ବିଶ୍ବକପ ଜିତିବେ । ଆପଣଙ୍କ ଭଲପାଇବା ଓ ସହଯୋଗ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ।’

ଶିଖର ଏହି ଭିଡିଓ ଦେଖି ଫ୍ୟାନ ମାନେ ମଧ୍ୟ ଖୁବ ଭାବ ବିହ୍ୱଳ ହୋଇଯାଇଛନ୍ତି । ଏହାସହ ଶିଖରଙ୍କୁ ଶୀଘ୍ର ଠିକ ହେବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.