ETV Bharat / sports

କୋରୋନା ଭାଇରସ ପ୍ରଭାବ: କର୍ମଚାରୀଙ୍କ ଦରମା କାଟିବ ଇଂଲଣ୍ଡ କ୍ରିକେଟ ବୋର୍ଡ

author img

By

Published : Apr 2, 2020, 4:03 PM IST

ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ବିଶ୍ବ କ୍ରୀଡାଜଗତ । ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) କର୍ମଚାରୀଙ୍କୁ 10ରୁ 25 ପ୍ରତିଶତ ପର୍ଯ୍ୟନ୍ତ ଦରମା କାଟ କରିବା ନେଇ ସୂଚନା ଦେଇଛି ।

ECB Announced salary cuts to jobs amid COVID-19
କୋରୋନା ଭାଇରସ ପ୍ରଭାବ: କର୍ମଚାରୀଙ୍କ ଦରମା କାଟିବ ଇଂଲଣ୍ଡ କ୍ରିକେଟ ବୋର୍ଡ

ଲଣ୍ଡନ: ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ବିଶ୍ବ କ୍ରୀଡାଜଗତ । ସଂକ୍ରମଣ ଭୟ ଯୋଗୁଁ ଭାରତ ସମେତ ବିଶ୍ବର ଅନେକ ଦେଶ ଲକଡାଉନ ହୋଇ ରହିଛି । ତେବେ ଏହି ଭାଇରସ କ୍ରିକେଟ ବୋର୍ଡ ଉପରେ ମଧ୍ୟ ପକାଇଛି । ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) କର୍ମଚାରୀଙ୍କୁ 10ରୁ 25 ପ୍ରତିଶତ ପର୍ଯ୍ୟନ୍ତ ଦରମା କାଟ କରିବା ନେଇ ସୂଚନା ଦେଇଛି ।

ସମସ୍ତ ପ୍ରକାର କ୍ରିକେଟ ବନ୍ଦ ରହିଥିବାରୁ ଇଂଲଣ୍ଡ କ୍ରିକେଟ ବୋର୍ଡ 61 ମିଲିୟନ ପାଉଣ୍ଡର ଅନ୍ତରୀଣ ପ୍ୟାକେଜ ଘୋଷଣା କରିଛି । ଏଥିସହିତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ ହରିସନ ନିଜ ତରଫରୁ 25 ପ୍ରତିଶତ କମ ଦରମା ନେବା ପାଇଁ କହିଛନ୍ତି । ମ୍ୟାନେଜମେଣ୍ଟ ଟିମ 20 ପ୍ରତିଶତ କମ ଦରମା ନେବେ ବୋଲି ଇସିବି ପକ୍ଷରୁ କୁହାଯାଇଛି ।

ୟୁକେରେ କୋରୋନା ସ୍ଥିତି ସଙ୍ଗୀନ ରହିଛି । ଏଯାବତ ମୋଟ 29,474ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ, 2,352 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.