ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ଟିମକୁ ନେଇ ପୂର୍ବତନ ଅଲରାଉଣ୍ଡର ଡ୍ବାଇନ ବ୍ରାଭୋଙ୍କ ବଡ ବୟାନ । ବ୍ରାଭୋ କହିଛନ୍ତି 2016 ଟି-20 ବିଶ୍ବକପ ବିଜୟୀ ୱେଷ୍ଟଇଣ୍ଡିଜ ଟିମ ଠାରୁ ବର୍ତ୍ତମାନର ଟିମ ଶକ୍ତିଶାଳୀ । ତେବେ ବ୍ରାଭୋଙ୍କ ଏପରି ଦୃଢୋକ୍ତି ପରେ, 2020 ଟି-20 ବିଶ୍ବକପର ଦାବିଦାର ୱେଷ୍ଟଇଣ୍ଡିଜ ବୋଲି ଚର୍ଚ୍ଚା ହେଉଛି ।
ବ୍ରାଭୋ କହିଛନ୍ତି, ବର୍ତ୍ତମାନର ୱେଷ୍ଟଇଣ୍ଡିଜ ଟିମରେ 10 ନଂ ଖେଳାଳି ପର୍ଯ୍ୟନ୍ତ ବ୍ୟାଟିଂ କ୍ଷମତା ରହିଛି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଏହା ଦେଖିବାକୁ ମିଳିଥିଲା ।
2016 ଟି-20 ବିଶ୍ବକପ ଭାରତରେ ଖେଳାଯାଇଥିଲା । ଫାଇନାଲରେ ଇଂଲଣ୍ଡକୁ ହରାଇ ଚମ୍ପିଆନ ହୋଇଥିଲା ୱେଷ୍ଟଇଣ୍ଡିଜ । 2020 ବିଶ୍ବକପ ଅଷ୍ଟ୍ରେଲିଆରେ ପ୍ରାବ ଅକ୍ଟୋବର 18ରୁ ଆରମ୍ଭ ହେବାନେଇ ସୂଚୀ ରହିଛି ।