ETV Bharat / sports

‘ଅନେକ କ୍ୟାପ୍ଟେନ ଦେଖିଛି କିନ୍ତୁ ଧୋନିଙ୍କ ପରି କେହି ନାହିଁ’ - ଅନେକ କ୍ୟାପ୍ଟେନ ଦେଖିଛି କିନ୍ତୁ ଧୋନିଙ୍କ ପରି କେହି ନାହିଁ

ପୁଣି ଧୋନିଙ୍କ ପ୍ରସଂଶାରେ ଗଦଗଦ ହେଲେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବାଏନ ବ୍ରାଭୋ । କହିଲେ ଏମଏସଙ୍କ ଭଳି କ୍ୟାପ୍ଟେନ ଦେଖିନାହିଁ । ଅଧିକ ପଢ଼ନ୍ତୁ...

Dwayne Bravo explains MS Dhoni effect, CSK, ଅନେକ କ୍ୟାପ୍ଟେନ ଦେଖିଛି କିନ୍ତୁ ଧୋନିଙ୍କ ପରି କେହି ନାହିଁ, ଡ୍ବାଏନ ବ୍ରାଭୋ
‘ଅନେକ କ୍ୟାପ୍ଟେନ ଦେଖିଛି କିନ୍ତୁ ଧୋନିଙ୍କ ପରି କେହି ନାହିଁ’
author img

By

Published : May 21, 2020, 10:34 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବାଏନ ବ୍ରାଭୋ ଏମଏସ ଧୋନିଙ୍କ ଅଧିନାୟକତ୍ବର ଖୁବ ପ୍ରସଂଶା କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାମ୍ପରେ ଭାରତର ପୂର୍ବତନ ଅଧିନାୟକ କିପରି ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ଖୁବ ସହଜ ଅନୁଭବ କରାଇଥାନ୍ତି ତାହା କହିଛନ୍ତି ବ୍ରାଭୋ ।

Dwayne Bravo explains MS Dhoni effect, CSK, ଅନେକ କ୍ୟାପ୍ଟେନ ଦେଖିଛି କିନ୍ତୁ ଧୋନିଙ୍କ ପରି କେହି ନାହିଁ, ଡ୍ବାଏନ ବ୍ରାଭୋ
‘ଅନେକ କ୍ୟାପ୍ଟେନ ଦେଖିଛି କିନ୍ତୁ ଧୋନିଙ୍କ ପରି କେହି ନାହିଁ’

2011 ମସିହାରୁ ସିଏସକେରେ ଧୋନିଙ୍କ ସହ ଖେଳୁଥିବା ବ୍ରାଭୋ କହିଛନ୍ତି ଯେ ଏତେ ସଂଖ୍ୟକ ଅନ୍ତର୍ଜାତୀୟ ଅଧିନାୟକ ଥାଇ ମଧ୍ୟ ଧୋନି ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ । ଯାହାର କାରଣ ହେଉଛି ସେ ଯେଭଳି ଭାବରେ ତାଙ୍କ ଖେଳାଳିଙ୍କ ପାଇଁ ଏକ ଭିନ୍ନ ପରିବେଶ ସୃଷ୍ଟି କରନ୍ତି ।

‘‘ବର୍ଷ ବର୍ଷ ଧରି ସିଏସକେର ଡ୍ରେସିଂ ରୁମରେ ଅନେକ ଭଲ ଅଧିନାୟକ ରହିଛନ୍ତି । ଫାଫ୍ ଡୁ ପ୍ଲେସିସ୍, ବ୍ରାଣ୍ଡନ୍ ମ୍ୟାକକୁଲମ, ମୁଁ ନିଜେ, ମାଇକ ହସି । ଏମାନେ ବିଭିନ୍ନ ଦେଶର ନେତୃତ୍ବ ନେଇ ଆସିଛନ୍ତି, କିନ୍ତୁ ଏମଏସ ଏମିତି ଜଣେ ବ୍ୟକ୍ତି ଯିଏ ସବୁବେଳେ କୁହନ୍ତି, ‘‘ତୁମେ ଭଲ ଖେଳୁଛ ବୋଲି ତୁମେ ଏଠାରେ ଅଛ, ତୁମକୁ କାହାରିକୁ କିଛି ପ୍ରମାଣ ଦେବାର ଆବଶ୍ୟକତା ନାହିଁ । ତୁମେ କ’ଣ କରିପାରିବ ତାହା ଫ୍ରାଞ୍ଚାଇଜ ଦେଖେ ଓ ଜାଣେ । କେବଳ ନିଜ ପ୍ରଦର୍ଶନ ଜାରି ରଖ,’’ ବ୍ରାଭୋ ଏକ ଭିଡିଓ ଚାଟରେ କହିଛନ୍ତି ।

“ଯେତେବେଳେ ବି ଜଣେ ଖେଳାଳି ସିଏସକେକୁ ଆସେ, ତାଙ୍କ କ୍ୟାରିୟର ଯେପରି ପୁନର୍ବାର ଜନ୍ମ ହୋଇଥାଏ । କିଛି ବର୍ଷ ପୂର୍ବେ ଆସିଥିବା ସେନ ୱାଟସନଙ୍କୁ ଦେଖନ୍ତୁ, ମୁମ୍ବାଇ ଛାଡିବା ପରେ ଅମ୍ବାତି ରାୟୁଡୁଙ୍କୁ ଦେଖନ୍ତୁ । ସିଏସକେକୁ ଯେଉଁ ଖେଳାଳି ଆସେ ତାର କ୍ୟାରିୟରର ଗ୍ରାଫ ବଦଳି ଯାଏ ।

ଦୁଇଥର ପର୍ପଲ କ୍ୟାପ ଜିତିଥିବା ବ୍ରାଭୋ, ଧୋନିଙ୍କ ଆଚରଣ ଏବଂ ଖେଳାଳିଙ୍କ ଉପରେ ତାଙ୍କର ଆତ୍ମବିଶ୍ବାସ ସିଏସକେରେ କିପରି ସବୁ ସହଜ କରିଥାଏ ତାହା କହିଥିଲେ ।

“ଏମଏସ କାହା ଉପରେ ଚାପ ପକାନ୍ତି ନାହିଁ । କ୍ରିକେଟ୍ ବାହାରେ, ଆପଣ ତାଙ୍କୁ କ୍ବଚିତ ଦେଖିବାକୁ ପାଇବେ । କିନ୍ତୁ ତାଙ୍କ ରୁମ ସର୍ବଦା ଖୋଲା ରହିଥାଏ, ଆପଣ ଯେକୌଣସି ସମୟରେ ସେଠାକୁ ଯାଇପାରିବେ । ତାଙ୍କ ସହ କଥାବାର୍ତ୍ତା କରିପାରିବେ । ତାଙ୍କ ସହ କଥାବାର୍ତ୍ତା କରିବାକୁ ଖୁବ ଭଲଲାଗେ । ସେ ଏମିତି ପରିବେଶ ସୃଷ୍ଟି କରନ୍ତି ଯେଉଁଠାରେ ଯେକେହି ଖୁବ ଆରାମଦାୟକ ଅନୁଭବ କରିବ । ଏତେ ସଫଳତା ଓ ପ୍ରସଂଶା ପାଇବା ସତ୍ତ୍ବେ ସେ କେବେ ହେଲେ ସୁପରଷ୍ଟାର ଭଳି ଆଚରଣ କରନ୍ତି ନାହିଁ,’’ ବୋଲି କହିଛନ୍ତି ବ୍ରାଭୋ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.