ETV Bharat / sports

ଆଇପିଏଲ 2020: ଆରମ୍ଭରେ ରାଜ୍ୟ ବୋର୍ଡକୁ ନାହିଁ ନିମନ୍ତ୍ରଣ

ବିସିସିଆଇ ପକ୍ଷରୁ ଏଥର ଆଇପିଏଲ ଆରମ୍ଭରେ ନାହିଁ ରାଜ୍ୟ ବୋର୍ଡର ସଦସ୍ୟଙ୍କୁ ନିମନ୍ତ୍ରଣ । ଜୈବ ସୁରକ୍ଷିତ ପରିବେଶ କଟକଣା ଯୋଗୁଁ ନିମନ୍ତ୍ରଣ କରିବାକୁ ଅସମର୍ଥ ବୋଲି କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା ।

author img

By

Published : Aug 25, 2020, 8:24 PM IST

Due to bio-bubble restrictions, BCCI unable to invite state units for the start of IPL: Jay Shah
ଆଇପିଏଲ 2020: ଆରମ୍ଭରେ ରାଜ୍ୟ ବୋର୍ଡକୁ ନାହିଁ ନିମନ୍ତ୍ରଣ

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ଏଥର ଆଇପିଏଲ ଆରମ୍ଭରେ ନାହିଁ ରାଜ୍ୟ ବୋର୍ଡର ସଦସ୍ୟଙ୍କୁ ନିମନ୍ତ୍ରଣ । ଜୈବ ସୁରକ୍ଷିତ ପରିବେଶ କଟକଣା ଯୋଗୁଁ ଚଳିତ ଥର ରାଜ୍ୟ ୟୁନିଟ ଗୁଡିକୁ ନିମନ୍ତ୍ରଣ କରିବାକୁ ଅସମର୍ଥ ବୋଲି କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା ।

ଆଇପିଏଲର 13ତମ ସଂସ୍କରଣ ୟୁଏଇରେ କଡା ଜୈବ ସୁରକ୍ଷା ପରିବେଶରେ ସେପ୍ଟେମ୍ବର 19ରୁ ଖେଳାଯିବ । ତେବେ ମଙ୍ଗଳବାର ସମ୍ପାଦକ ଜୟ ଶାହା ସଦସ୍ୟ ଆସୋସିଏସନ ଗୁଡିକୁ ନିମନ୍ତ୍ରଣ ନେଇ ଅସମର୍ଥ ପ୍ରକାଶ କରିଛନ୍ତି । ତେବେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପୂର୍ବରୁ ଯାତ୍ରା କଟଣ କୋହଳ ହେବା ବୋଲି ଆଶାବାଦୀ ଅଛନ୍ତି ଜୟଶାହା । ଫଳରେ ରାଜ୍ୟ ବୋର୍ଡ ସଦସ୍ୟଙ୍କୁ ୟୁଏଇ ଯାତ୍ରା କରିବା ସହଜ ହୋଇପାରିବ ।

ଆଇପିଏଲ 2020 ଫାଇନାଲ ମ୍ୟାଚ ନଭେମ୍ବର 10ରେ ଖେଳାଯିବା ନେଇ ସ୍ଥିର ହୋଇଛି ।

ପ୍ରତିବର୍ଷ ଆଇପିଏଲର ଉଦ୍ଘାଟନୀ ସମାରୋହ ଓ ପ୍ଲେ-ଅଫ ପାଇଁ ରାଜ୍ୟ ବୋର୍ଡ ସଦସ୍ୟଙ୍କୁ ବିସିସିଆଇ ପକ୍ଷରୁ ନିମନ୍ତ୍ରଣ ଆସିଥାଏ । ମାତ୍ର ଚଳିତ ଥର କୋରୋନା ଭାଇରସ ଯୋଗୁଁ, ବିଦେଶରେ ଆଇପିଏଲ ଆୟୋଜନ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.