ETV Bharat / sports

ଆଇପିଏଲ 2020ର ମୁଖ୍ୟ ପ୍ରାୟୋଜକ ଡ୍ରିମ-11

Dream11 wins IPL 2020 title sponsorship for Rs 222 crores: IPL Chairman Brijesh Patel
ଆଇପିଏଲ 2020ର ମୁଖ୍ୟ ପ୍ରାୟୋଜକ ଡ୍ରିମ-11
author img

By

Published : Aug 18, 2020, 2:58 PM IST

Updated : Aug 18, 2020, 3:29 PM IST

14:51 August 18

ଆଇପିଏଲ 2020ର ମୁଖ୍ୟ ପ୍ରାୟୋଜକ ଡ୍ରିମ-11

ନୂଆଦିଲ୍ଲୀ: ଆଇପିଏଲ 2020ର ମୁଖ୍ୟ ପ୍ରାୟୋଜକ ବାଜି ଜିତିଲା ଡ୍ରିମ-11 ।  ଏନେଇ ସ୍ପଷ୍ଟ କରିଛନ୍ତି, ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ । ଅନଲାଇନ ସ୍ପୋର୍ଟ୍ସ ପ୍ଲାଟଫର୍ମ ଡ୍ରିମ-11 3ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ମୁଖ୍ୟ ପ୍ରାୟୋଜକ ଭାବେ ଚୁକ୍ତି କରିଛି । ଡ୍ରିମ-11କୁ ଏକ ଷ୍ଟାଟଅପ୍ କମ୍ପାନି ଭାବେ ଦୁଇଜଣ ଭାରତୀୟ ଆରମ୍ଭ କରିଥିଲେ ।  

ପ୍ରଥମ ବର୍ଷ ପାଇଁ 222 କୋଟି, ଦ୍ବିତୀୟ ବର୍ଷ ପାଇଁ 240 କୋଟି ଓ ତୃତୀୟ ବର୍ଷ ପାଇଁ ମଧ୍ୟ 240 କୋଟି ଦେବ । ଫଳରେ ବର୍ଷକୁ ପ୍ରାୟ 230 କୋଟିରେ ଏହି ଚୁକ୍ତି ହୋଇଛି ।  

ଅନ୍ୟପଟେ ପୂର୍ବରୁ ମୁଖ୍ୟ ପ୍ରାୟୋଜକ ଥିବା ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଆସନ୍ତା ବର୍ଷ ଫେରିବା ସମ୍ଭାବନା ରହିଛି । ତେବେ ଭିଭୋ ମୁଖ୍ୟ ପ୍ରାୟୋଜକକୁ ନଫେରିଲେ ଆଗାମୀ 3ବର୍ଷ ପାଇଁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ରହିବ ଡ୍ରିମ 11 ।  

ମୁଖ୍ୟ ପ୍ରାୟୋଜକ ରେସରେ  ଟାଟା ସନ୍ସ , ଲର୍ଣ୍ଣିଂ ଷ୍ଟାଟଅପ୍ କମ୍ପାନୀ ବାଇଜୁ ଓ ଅନଏକାଡେମୀ ରହିଥିଲେ । ମାତ୍ର ଆର୍ଥିକ ଚୁକ୍ତିରେ ବାଜି ମାରିନେଇଛି ଡ୍ରିମ-11 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2020, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.