ETV Bharat / sports

‘କ୍ରିକେଟ ବାହାରେ ବି ଜୀବନ ଅଛି ବୋଲି ଦ୍ରାବିଡ ମୋତେ ଶିଖାଇଥିଲେ’ - ରାହୁଲ ଦ୍ରାବିଡ଼

ରାହୁଲ ଦ୍ରାବିଡଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ଚେତେଶ୍ବର ପୂଜାରା । କ୍ରିକେଟ ବାହାରେ ବି ଜୀବନ ଅଛି ବୋଲି ରାହୁଲ ଦ୍ରାବିଡ଼ଙ୍କଠାରୁ ଶିଖିଛି ବୋଲି ପୂଜାରା କହିଛନ୍ତି । ଅଧିକ ପଢ଼ନ୍ତୁ...

Dravid taught me, there is life beyond cricket, Cheteswar Pujara, କ୍ରିକେଟଠାରୁ ଉର୍ଦ୍ଧ୍ବରେ ଜୀବନ ଅଛି, ଚେତେଶ୍ବର ପୂଜାରା, ରାହୁଲ ଦ୍ରାବିଡ଼
‘କ୍ରିକେଟ ବାହାରେ ବି ଜୀବନ ଅଛି ବୋଲି ଦ୍ରାବିଡ ମତେ ଶିଖାଇଲେ’
author img

By

Published : Jun 27, 2020, 7:35 PM IST

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ଟିମ ଇଣ୍ଡିଆର ଜଣେ ପ୍ରମୁଖ ଖେଳାଳି ହେଉଛନ୍ତି ଚେତେଶ୍ବର ପୂଜାରା । ଅନେକ ସମୟରେ ପୂଜାରାଙ୍କ ଖେଳର ଆଭିମୁଖ୍ୟ ଦେଖି ତାଙ୍କୁ ପୂର୍ବତନ ଖେଳାଳି ରାହୁଲ ଦ୍ରାବିଡ଼ଙ୍କ ସହ ତୁଳନା କରାଯାଏ । ତେବେ, 32 ବର୍ଷୀୟ ପୂଜାରା ଭାବନ୍ତି ଯେ ଦ୍ରାବିଡଙ୍କ ପ୍ରତି ଥିବା ତାଙ୍କର ଆକର୍ଷଣ ହେତୁ ସେମାନଙ୍କ ମଧ୍ୟରେ ସମାନତା ରହିଛି ।

ପୂଜାରା ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ ସହ ମୋର ସମାନତା ଥିଲେ ମଧ୍ୟ ମୁଁ କେବେ ତାଙ୍କୁ ନକଲ କରି ନାହିଁ । ଆମର ଖେଳିବା ଶୈଳୀରେ ସମାନତା ଅଛି, କିନ୍ତୁ ତାହା ତାଙ୍କ ପ୍ରତି ମୋର ଆକର୍ଷଣ ହେତୁ ରହିଛି । ଏହା ମୁଖ୍ୟତଃ ସୈରାଷ୍ଟ୍ର ସହିତ ମୋର ଅନୁଭୂତି ମାଧ୍ୟମରେ ଆସିଛି, ଯେଉଁଠାରେ ମୁଁ ଜାଣିଲି ଯେ ଏକାକୀ ଶତକ ସ୍କୋର କରିବା ଯଥେଷ୍ଟ ନୁହେଁ, ଆପଣଙ୍କୁ ନିଜ ଦଳକୁ ମଧ୍ୟ ସାଙ୍ଗରେ ନେବାକୁ ହେବ । ହଁ, ଆପଣ କହିପାରିବେ ଯେ ମୁଁ ରାହୁଲ ଭାଇଙ୍କ ଠାରୁ ଅଜାଣତରେ ଏହାକୁ ଗ୍ରହଣ କରିଥିଲି। ତାଙ୍କର ପ୍ରଭାବ ମୋର ଚିନ୍ତନ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ଭୋଇ ମୋ ପାଇଁ କ’ଣ ତାହା ମୁଁ ଗୋଟିଏ ଧାଡିରେ କହି ପାରିବି ନାହିଁ। ସେ ସର୍ବଦା ଏକ ପ୍ରେରଣା ରହିଆସିଛନ୍ତି ଏବଂ ରହିବେ। ତାଙ୍କୁ କ୍ରିକେଟରୁ ଦୂରେଇ ଯିବାର ଗୁରୁତ୍ବ ଏବଂ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନକୁ ପୃଥକ ରଖିବା କିପରି ଗୁରୁତ୍ବପୂର୍ଣ୍ଣ ତାହା ଶିକ୍ଷା ଦେଇଥିବାରୁ ପୂଜାରା ‘ଦ ୱାଲ୍'ଙ୍କ ନକଟରେ ସର୍ବଦା କୃତଜ୍ଞ ରହିବେ ବୋଲି କହିଛନ୍ତି।

ସେ ମୋତେ କ୍ରିକେଟରୁ ବିରତ ହେବାର ମହତ୍ତ୍ବ ବୁଝିବାରେ ସାହାଯ୍ୟ କରିଥିଲେ। ଅଳ୍ପ ବହୁତେ ମୋର ମଧ୍ୟ ସମାନ ଚିନ୍ତାଧାରା ଥିଲା, କିନ୍ତୁ ଯେତେବେଳେ ମୁଁ ତାଙ୍କ ସହିତ କଥାବାର୍ତ୍ତା କଲି, ସେତେବେଳେ ଏନେଇ ମୁଁ ଅଧିକ ସ୍ପଷ୍ଟ ହୋଇ ପାରିଲି । ଏହାସହ ମୁଁ ନିଶ୍ଚିତ ହୋଇଗଲି ଯେ ମତେ କଣ କରିବାକୁ ହେବ । ମୁଁ କାଉଣ୍ଟି କ୍ରିକେଟରେ ମଧ୍ୟ ଦେଖିଛି ଯେ ସେମାନେ କିପରି ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ଅଲଗା ରଖନ୍ତି। ମୁଁ ସେହି ପରାମର୍ଶକୁ ବହୁତ ଗୁରୁତ୍ବ ଦିଏ। ଅନେକ ଲୋକ ମତେ ଧ୍ୟାନକେନ୍ଦ୍ରିକ ବୋଲି ଭାବନ୍ତି । ହଁ, ମୁଁ ଧ୍ୟାନକେନ୍ଦ୍ରିକ, କିନ୍ତୁ ମୁଁ ଜାଣେ କେତେବେଳେ ସ୍ବିଚ ଅଫ କରିବାକୁ ହେବ। କ୍ରିକେଟ ବାହାରେ ବି ଜୀବନ ଅଛି, ବୋଲି ସେ କହିଛନ୍ତି ।

ଦ୍ରାବିଡଙ୍କୁ ଆହୁରି ପ୍ରଶଂସା କରି ପୂଜାରା କହିଛନ୍ତି ଯେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ବିଷୟରେ ସବୁଠାରୁ ଭଲ କଥା ହେଉଛି ଯେ ସେ ଜଣେ ଖେଳାଳିଙ୍କ ଭାବନାକୁ ବୁଝନ୍ତି । ମୁଁ ଭାଗ୍ୟବାନ ଯେ ଯେତେବେଳେ ମୁଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲି ସେତେବେଳେ ମୁଁ ତାଙ୍କୁ ପାଖରେ ପାଇଥିଲି। ମୁଁ ଯେତେବେଳେ ଜଣେ ଯୁବ ଖେଳାଳି ଥିଲି ସେ ମତେ ବୁଝାଇଥିଲେ ଯେ ସବୁବେଳେ ଏହା କୌଶଳର କଥା ନୁହେଁ । ଜଣେ ଯୁବ କ୍ରିକେଟର ଭାବରେ ଆପଣ ହୁଏତ କୌଶଳ ଉପରେ ଅଧିକ ଧ୍ୟାନ ଦେବାକୁ ଚାହିଁପାରନ୍ତି, କିନ୍ତୁ ଶେଷରେ ମୁଁ ଅନୁଭବ କଲି - ​​ହଁ, ଆପଣଙ୍କୁ କୌଶଳ ଆବଶ୍ୟକ, କିନ୍ତୁ ଅନ୍ୟାନ୍ୟ ଦିଗ ଉପର ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଅଛି, ବୋଲି ପୂଜାରା କହିଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.