ETV Bharat / sports

ଆଇପିଏଲ ନେଇ ଏମିତି କହିଲେ ମିଚେଲ ଷ୍ଟାର୍କ

author img

By

Published : May 26, 2020, 2:52 PM IST

ଅଷ୍ଟ୍ରେଲିଆ ପକ୍ଷରୁ ଘରୋଇ ସିଜିନ ଖେଳିବା ପରିବର୍ତ୍ତେ, ଯେଉଁମାନେ ଆଇପିଏଲ ଖେଳିବାକୁ ପସନ୍ଦ କରିବେ, ସେଥିରେ ଅସୁବିଧା ନାହିଁ ବୋଲି ମିଚେଲ ଷ୍ଟାର୍କକହିଛନ୍ତି ।

'Don't see any problem': Starc on players taking part in IPL uring start start of home season
ଆଇପିଏଲ ନେଇ ଏମିତି କହିଲେ ମିଚେଲ ଷ୍ଟାର୍କ

ମେଲବର୍ଣ୍ଣ: ଖେଳାଳିଙ୍କ ଠାରୁ ନେଇ କ୍ରିକେଟ ବୋର୍ଡ ପର୍ଯ୍ୟନ୍ତ ସବୁଠି ବିଶ୍ବର ସର୍ବବୃହତ ଟି-20 ଲିଗ ଆଇପିଏଲକୁ ନେଇ ଚର୍ଚ୍ଚା । 2020 ସଂସ୍କରଣର ଆଇପିଏଲ ମାର୍ଚ୍ଚରୁ ଆରମ୍ଭ ହେବାର ଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ଘୋଷଣା କରାଯାଇଛି ।

ଆଇପିଏଲ ନେଇ ଅଷ୍ଟ୍ରେଲିଆ ସ୍ପିଡଷ୍ଟାର ମିଚେଲ ଷ୍ଟାର୍କଙ୍କ ବଡ ବୟାନ । ଅଷ୍ଟ୍ରେଲିଆ ପକ୍ଷରୁ ଘରୋଇ ସିଜିନ ଖେଳିବା ପରିବର୍ତ୍ତେ, ଯେଉଁମାନେ ଆଇପିଏଲ ଖେଳିବାକୁ ପସନ୍ଦ କରିବେ, ସେଥିରେ ଅସୁବିଧା ନାହିଁ ବୋଲି ଷ୍ଟାର୍କ କହିଛନ୍ତି । ପରୋକ୍ଷରେ ବୋର୍ଡ ଆଇପିଏଲ ଖେଳିବାକୁ ଅନୁମତି ଦେବାକୁ ସେ କହିଥିବା ଚର୍ଚ୍ଚା ହେଉଛି । ଆରୋନ ଫିଞ୍ଚ, ଡେଭିଡ ୱାର୍ଣ୍ଣର, ଗ୍ଳେନ ମାକ୍ସୱେଲ, ଷ୍ଟିଭ ସ୍ମିଥ, ପାଟ କମିନ୍ସ, ଜସ ହେଜେଲଉଡ, ମିଚେଲ ଷ୍ଟାର୍କ, ଆଲେକ୍ସ କ୍ୟାରୀଙ୍କ ପରି ଅଷ୍ଟ୍ରେଲିଆର ଆଗଧାଡିର ଖେଳାଳି ଆଇପିଏଲର ବିଭିନ୍ନ ଫ୍ରାଞ୍ଜାଇଜର ଷ୍ଟାର ଖେଳାଳି ।

ଅଫ ସିଜିନରେ ଆଇପିଏଲ ଖେଳାଯାଉଥିବାରୁ ପୂର୍ବରୁ ବୋର୍ଡର ଅନୁମତି ନେଇ ଅଷ୍ଟ୍ରେଲିଆ ଖେଳାଳି ଭାରତ ଆସିଥାନ୍ତି । ମାତ୍ର ଚଳିତ ସଂସ୍କରଣର ଆଇପିଏଲ କୋରୋନା ଭାଇରସ ଯୋଗୁଁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପ ସମୟ ସୂଚୀକୁ ଆସନ୍ତ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ହେବାର ସମ୍ଭାବନା ରହିଛି । ଏପରି ହେଲେ ସମାନ ସମୟରେ ଆଇପିଏଲ ଖେଳାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆର ଘରୋଇ ସିଜିନ ମଧ୍ୟ ଆରମ୍ଭ ହେଉଛି । ଫଳରେ ଅଷ୍ଟ୍ରେଲିଆ କ୍ରିକେଟର ଆଇପିଏଲ ନା ନିଜ ଦେଶ ପକ୍ଷରୁ ଖେଳିବାକୁ ପସନ୍ଦ କରୁଛନ୍ତି ତାକୁ ସମସ୍ତଙ୍କର ଅପେକ୍ଷା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.