ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ ଦ୍ବିତୀୟ ଟେଷ୍ଟ: ନିୟମ ଭୁଲିଗଲେ ସିବଲି, ବଲରେ ଲଗାଇଲେ ଛେପ

author img

By

Published : Jul 20, 2020, 10:43 AM IST

ଇଂଲଣ୍ଡ ବନାମ ଇଣ୍ଡିଜ ଦ୍ବିତୀୟ ଟେଷ୍ଟରେ କୋଭିଡ ନିୟମ ଭୁଲି ଯାଇଥିଲେ ଇଂଲଣ୍ଡ ବୋଲର ଡୋମ ସିବଲି । ବଲକୁ ଚମକାଇବା ପାଇଁ ଲଗାଇଲେ ଛେପ, ସାନିଟାଇଜ ହେଲା ବଲ । ଅଧିକ ପଢ଼ନ୍ତୁ...

Dom Sibley accidentally puts saliva on the ball,  second Test against West Indies, England vs West Indies, ଇଲଣ୍ଡ ବନାମ ଇଣ୍ଡିଜ ଦ୍ବିତୀୟ ଟେଷ୍ଟ, ନିୟମ ଭୁଲିଗଲେ ସିବଲି, ବଲରେ ଲଗାଇଲେ ଛେପ
ନିୟମ ଭୁଲିଗଲେ ସିବଲି, ବଲରେ ଲଗାଇଲେ ଛେପ

ମାଞ୍ଚେଷ୍ଟର: ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଚାରି ୱିକେଟରେ ପରାଜୟର ସମ୍ମୁଖୀନ ହେବା ପରେ ଇଂଲଣ୍ଡ ଦ୍ବିତୀୟ ମ୍ୟାଚରେ ଇଣ୍ଡିଜ ଉପରେ ଆକ୍ରମଣ କରି ପ୍ରଥମ ଇନିଂସରେ 469 ରନ ସଂଗ୍ରହ କରିଥିଲା । ଓଲ୍ଡ ଟ୍ରାଫର୍ଡରେ ଟସ୍‌ ଜିତିବା ପରେ ଜେସନ୍ ହୋଲ୍ଡରଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ବୋଲିଂ ଆକ୍ରମଣର ପୁନରାବୃତ୍ତି ଆଶାରେ ଆୟୋଜକଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ।

ତେବେ ଡୋମ ସିବିଲି (120) ଏବଂ ବେନ ଷ୍ଟୋକ୍ସ (176)ଙ୍କ ବିଚକ୍ଷଣ ପାଳି ବଳରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜ୍ ବୋଲିଂ ଫୋର୍ସକୁ ଧରାଶାୟୀ କରି ସ୍କୋର ବୋର୍ଡରେ 469/9 ରନ ଲଗାଇ ପାଳି ଘୋଷଣା କରିଥିଲା । ୱେଷ୍ଟଇଣ୍ଡିଜ ଏହାର ଉତ୍ତରରେ 287 ରନ କରି ଅଲ ଆଉଟ ହୋଇଥିଲା ।

କ୍ରିକେଟ କାର୍ଯ୍ୟକଳାପ ବ୍ୟତୀତ, ଏହି ସିରିଜ କୋଭିଡ-19 ମହାମାରୀ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନକୁ ମଧ୍ୟ ଚିହ୍ନିତ କରିଥିଲା ​​ଏବଂ ଆଇସିସି ଦ୍ବାରା ଦିଆଯାଇଥିବା ନିୟମ ଅନୁଯାୟୀ ମ୍ୟାଚ ପରିଚାଳିତ ହୋଇଛିଲା । ଆଇସିସିର ନିୟମ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ବଲରେ ଛେପର ବ୍ୟବହାର ମନା ହୋଇଥିଲା ।

ତେବେ ଏହି ମ୍ୟାଚରେ ସ୍ପଷ୍ଟ ହୋଇଥିଲା ଯେ ଖେଳାଳି ବର୍ତ୍ତମାନ ମଧ୍ୟ କୋଭିଡ-19 ନିୟମ ସହ ଖେଳିବା ନେଇ ସ୍ବାଭାବିକ ହୋଇ ପାରି ନାହାନ୍ତି । ଚତୁର୍ଥ ଦିନ ମ୍ୟାଚରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଦେଖିବାକୁ ମିଳିଥିଲା ଡୋମ ସିବିଲି ବଲରେ କିଛି ଛେପ ଲଗାଇ ଦେଇଥିଲେ । ଯାହାପରେ ଇଂଲଣ୍ଡ ଖେଳାଳି ଏନେଇ ଅମ୍ପାୟାରଙ୍କୁ ସୂଚୀତ କରିଥିଲେ । ମାଇକେଲ ଗୋଗ ଏକ ସାନିଟାଇଜଡ୍ ଟିସୁ ଖୋଲି ବଲର ଉଭୟ ପାର୍ଶ୍ବରେ ଘଷିଲେ। ଏହା ଦେଖି ମନେ ହେଉଛି, ବଲକୁ ଚମକାଇବା ପାଇଁ ଛେପର ବ୍ୟବହାର କରିବାର ଅଭ୍ୟାସ ଖେଳାଳିଙ୍କ ମନରୁ ଯିବା ପାଇଁ କିଛି ସମୟ ଲାଗିବ । ଖେଳାଳିମାନେ ଛେପ ନିଷେଧ ନିୟମ ଉଲଙ୍ଘନ କରିବା କ୍ଷେତ୍ରରେ, ପାଞ୍ଚ ରନ୍ ପେନାଲ୍ଟି ଲାଗୁ ହେବା ପୂର୍ବରୁ ଦୁଇଟି ଚେତାବନୀ ଦିଆଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.