ETV Bharat / sports

ଏପ୍ରିଲ 27ରେ ଉମର ଆକମଲଙ୍କ କ୍ରିକେଟ କ୍ୟାରିୟର ନିଷ୍ପତ୍ତି - ପାକିସ୍ତାନ କ୍ରିକେଟ ବୋର୍ଡ

ଏପ୍ରିଲ 27ରେ ପାକିସ୍ତାନ କ୍ରିକେଟର ଉମର ଆକମଲଙ୍କ କ୍ରିକେଟ କ୍ୟାରିୟର ନେଇ ଶୁଣାଣି ହେବ । ଏନେଇ ଶୃଙ୍ଖଳା କମିଟିର ଚେୟାରମ୍ୟାନ ଫଜଲ-ଏ-ରେହମାନ ଆକମଲଙ୍କୁ ଓ ପାକିସ୍ତାନ କ୍ରିକେଟ ବୋର୍ଡକୁ ଶୁଣାଣିବେଳେ ଉପସ୍ଥିତ ରହିବାକୁ ନୋଟିସ ପଠାଇଛନ୍ତି । ଅଧିକ ପଢ଼ନ୍ତୁ...

Disciplinary panel sets Umar Akmal's hearing date for April 27
ଏପ୍ରିଲ 27ରେ ଉମର ଆକମଲଙ୍କ କ୍ରିକେଟ କ୍ୟାରିୟର ନିଷ୍ପତି
author img

By

Published : Apr 22, 2020, 1:30 AM IST

ଲାହୋର: ଏପ୍ରିଲ 27ରେ ପାକିସ୍ତାନ କ୍ରିକେଟର ଉମର ଆକମଲଙ୍କ କ୍ରିକେଟ କ୍ୟାରିୟର ନେଇ ଶୁଣାଣି ହେବ । ଏନେଇ ଶୃଙ୍ଖଳା କମିଟିର ଚେୟାରମ୍ୟାନ ଫଜଲ-ଏ-ରେହମାନ ଆକମଲଙ୍କୁ ଓ ପାକିସ୍ତାନ କ୍ରିକେଟ ବୋର୍ଡକୁ ଶୁଣାଣି ବେଳେ ଉପସ୍ଥିତ ରହିବାକୁ ନୋଟିସ ପଠାଇଥିବା ଜଣାପଡିଛି ।

ଜାତୀୟ କ୍ରିକେଟ ଏକାଡେମୀରେ ଫିଟନେସ ଟେଷ୍ଟରେ ଫେଲ ହେବାପରେ, ମେଡିକାଲ ଷ୍ଟାଫଙ୍କୁ ଖରାପ ବ୍ୟବହାର କରିଥିଲେ ଉମର ଆକମଲ । ଏହାପରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଫେବୃଆରୀ 20ରେ ଆକମଲଙ୍କୁ ନିଲମ୍ବିତ କରିଥିଲା ।

ପରେ ଆକମଲଙ୍କ ନାମରେ ପିସିବିର ବିଭିନ୍ନ ଧାରା ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା । ତେବେ ଆକମଲ ଦୁର୍ନୀତି ନିରୋଧ ଟ୍ରିବୁନାଲରେ ଅପିଲ ନକରିବା ପରେ, ଶୃଙ୍ଖଳା କମିଟିକୁ ମାମଲାର ବିଚାର ପାଇଁ ପିସିବି ସୁପାରିସ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.