ETV Bharat / sports

'ଦ ହଣ୍ଡ୍ରେଡ' କମେଣ୍ଟ୍ରି ପ୍ୟାନେଲରେ ସାମିଲ ହେଲେ ଦିନେଶ କାର୍ତ୍ତିକ - ଦ ହଣ୍ଡ୍ରେଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଇଂଲିଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ ହଣ୍ଡ୍ରେଡର କମେଣ୍ଟ୍ରି ପ୍ୟାନେଲରେ ସାମିଲ ହେଲେ ଭାରତୀୟ ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସେ ସ୍କାଏ ସ୍ପୋର୍ଟସ ପକ୍ଷରୁ କମେଣ୍ଟ୍ରି କରିବେ । ଅଧିକ ପଢ଼ନ୍ତୁ...

'ଦ ହଣ୍ଡ୍ରେଡ' କମେଣ୍ଟ୍ରି ପ୍ୟାନଲରେ ସାମିଲ ହେଲେ ଦିନେଶ କାର୍ତ୍ତିକ

author img

By

Published : Apr 12, 2021, 5:59 PM IST

ନୂଆଦିଲ୍ଲୀ: ଇଂଲିଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ ହଣ୍ଡ୍ରେଡର କମେଣ୍ଟ୍ରି ପ୍ୟାନେଲରେ ସାମିଲ ହେଲେ ଭାରତୀୟ ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସେ ସ୍କାଏ ସ୍ପୋର୍ଟସ ପକ୍ଷରୁ କମେଣ୍ଟ୍ରି କରିବେ । ଏହି ପ୍ୟାନେଲରେ ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ମଧ୍ୟ ସାମିଲ ରହିଛନ୍ତି। ଜୁଲାଇ 21 ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।

କ୍ରିକେଟ ଇତିହାସରେ ଏହା ଏକ ନୂଆ ପ୍ରକାରର ଟୁର୍ଣ୍ଣାମେଣ୍ଟ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦଳ 100ଟି ଲେଖାଏଁ ବଲ ଖେଳିବେ। ପ୍ରଥମ 25ଟି ବଲ ପାୱାର ପ୍ଲେ ରହିବ। ଗୋଟିଏ ବୋଲର ସର୍ବାଧିକ 20ଟି ବଲ ବୋଲିଂ କରିପାରିବେ । ବୋଲର ଜଣକ ଲଗାତାର 5ରୁ 10 ବଲ ବୋଲିଂ କରି ପାରିବେ। ଆଇପିଏଲ ଭଳି ଏଥିରେ ମଧ୍ୟ ଷ୍ଟ୍ରାଟେଜିକ ଟାଇମ ଆଉଟ ରହିବ।

2016 ମସିହାରେ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏଭଳି ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେବେ 2020 ମସିହାରେ ଏହାକୁ ଆୟୋଜନ କରିବାକୁ କାର୍ଯ୍ୟକ୍ରମ ରହିଥିବା ବେଳେ କୋରୋନା ମହାମାରୀ ଯୋଗୁଁ 2021 ମସିହାକୁ ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟ ଘୁଞ୍ଚାଇ ଦିଆଯାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟର କମେଣ୍ଟ୍ରି ପ୍ୟାନେଲରେ ଦିନେଶ କାର୍ତ୍ତିକଙ୍କ ସହ କେଭିନ ପିଟରସନ, ଷ୍ଟୁଆର୍ଟ ବ୍ରଡ, ୱାସିମ ଆକ୍ରମ, କୁମାର ସାଙ୍ଗାକାରା ଓ ଡେରେନ ସାମି ଭଳି କ୍ରିକେଟର ସାମିଲ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.