ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇଫ୍ରାନ ପଠାନଙ୍କ ମତରେ କୋଭିଡ-19କୁ ନେଇ ଅଷ୍ଟ୍ରେଲିଆର ନିୟମ ବେଶ ଶକ୍ତ । ତେଣୁ ଚଳିତ ବର୍ଷ ଟି-20 ବିଶ୍ବକପ ହେବା ଅସମ୍ଭବ ।
ସେ କହିଛନ୍ତି ଯେ, ମୁଁ ଟି-20 ବିଶ୍ବକପ ଦେଖିବାକୁ ଚାହୁଁଥିଲି । କିନ୍ତୁ ଏହା କଷ୍ଟ ସାଧ୍ୟ । କୋରେନାକୁ ନେଇ ଅଷ୍ଟ୍ରେଲିଆର ନିୟମ ବହୁତ ଶକ୍ତ । ସେଠାକାର ନିୟମକୁ ମୁଁ ଦେଖିଛି । ମତେ ଲାଗୁଛି ଜନ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ସେଥିପାଇଁ ଟି-20 ବିଶ୍ବକପ ଆୟୋଜନ କରିବା ପ୍ରାୟତଃ ଅସମ୍ଭବ ।
ସେପଟେ ଆଇପିଏଲକୁ ନେଇ ସେ କହିଛନ୍ତି ଯେ, ଆଇପିଏଲ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିଥାଏ । ଏହି ଆଇପିଏଲ କେତେକ ଲୋକଙ୍କ ଘର ମଧ୍ୟ ଚଳାଏ । ସ୍ବାସ୍ଥ୍ୟ କିନ୍ତୁ ପ୍ରଥମ ପ୍ରାଥମିକତା ।