ହାଇଦ୍ରାବାଦ: 2019 କ୍ରିକେଟ ବିଶ୍ବକପର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ଚାହୁଁଥିଲେ ମହେନ୍ଦ୍ର ସିଂହ ଧୋନି । ଏହା କହିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ମାଇକେଲ ହୋଲ୍ଡିଂ ।
ହୋଲିଂ କହିଛନ୍ତି, ବର୍ତ୍ତମାନ ସମୟରେ ଲୋକେ ନିଜ ବହିରେ କିଛି ବି ଲେଖୁଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଧୋନି ବଡ ସଟ ଖେଳିବାକୁ ଚାହିଁନଥିଲେ । ଭାରତ ଜାଣିଶୁଣି ଏହି ମ୍ୟାଚରେ ପରାସ୍ତ ହୋଇଥିଲା ବୋଲି ଚର୍ଚ୍ଚ ହେଉଛି । ତେବେ ଏହା କହିବା ଠିକ ନୁହେଁ ବୋଲି ହୋଲ୍ଡିଂ କହିଛନ୍ତି । ମ୍ୟାଚର ଫଳାଫଳ ଭାରତ ସପକ୍ଷରେ ଯାଇନଥିଲା । ସେମିଫାଇନାଲରେ ସ୍ଥାନ ପାଇବାକୁ ଇଂଲଣ୍ଡ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ଥିଲା । ପାକିସ୍ତାନ ପାଇଁ ମଧ୍ୟ ଏହି ମ୍ୟାଚର ଫଳାଫଳ ଗୁରୁତ୍ବ ରଖିଥିଲା । ଭାରତର ବିଜୟରେ ପାକିସ୍ତାନକୁ ଫାଇଦା ମିଳିବା ସହ ସେମିଫାଇନାଲ ସମ୍ଭାବନା ବଢିପାରିଥାନ୍ତା । ମାତ୍ର ପରାଜୟରେ ପାକିସ୍ତାନର ବିଶ୍ବକପ ରାସ୍ତା ବନ୍ଦ ହୋଇଯାଇଥିଲା । ପରେ ପାକିସ୍ତାନ ପକ୍ଷରୁ ଭାରତ ଏହି ମ୍ୟାଚରେ ଜାଣିଶୁଣି ହାରିଥିବା ଅଭିଯୋଗ ଆସିଥିଲା ।
ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଧୋନିଙ୍କ ବ୍ୟାଟିଂ ରଣନୀତିରେ ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି ମଧ୍ୟ ସେତେବେଳେ କହିଥିଲେ । ତେବେ ବିବାଦ ବଢିବା ପରେ ଷ୍ଟୋକ୍ସ, ଭାରତ ଜାଣିଶୁଣି ଏହି ମ୍ୟାଚରେ ପରାସ୍ତ ହୋଇଥିବା ସେ କହିନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ ।