ETV Bharat / sports

ଧୋନିଙ୍କୁ ଗ୍ରାଉଣ୍ଡରୁ ହିଁ ଯାତ୍ରା ସମାପନ କରିବାର ଥିଲା: ପାକିସ୍ତାନ ପୂର୍ବତନ ଅଧିନାୟକ - mahi retirement

ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ ଧୋନିଙ୍କୁ ଭାରତର ବେଷ୍ଟ କ୍ୟାପଟେନ ଭାବନ୍ତି । ତାଙ୍କ ମତରେ ଧୋନିଙ୍କ ଭଳି ଲୋକପ୍ରିୟ ମହାନ ଖେଳାଳି ଘରୁ ନୁହେଁ ଗ୍ରାଉଣ୍ଡରୁ ନିଜର କ୍ୟାରିୟର ସମାପ୍ତ କରିବା କଥା ।

dhoni
dhoni
author img

By

Published : Aug 17, 2020, 6:52 PM IST

ଲାହୋର: ଏମଏସ ଧୋନିଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅଲବିଦା କହିବା ପରେ ତାଙ୍କର ଫ୍ୟାନ୍ସମାନେ ନିରାଶ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ ମଧ୍ୟ ରହିଛନ୍ତି । ତାଙ୍କ ମତରେ ଧୋନିଙ୍କୁ ଗ୍ରାଉଣ୍ଡରୁ ଅଲବିଦା କହିବାର ଥିଲା ।

ଏହି ପୂର୍ବତନ ଅଧିନାୟକ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ସାରା ବିଶ୍ବରେ ମାହିଙ୍କ ବହୁତ ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ତାଙ୍କୁ ଗ୍ରାଉଣ୍ଡରେ ଖେଳୁଥି୍ବାର ଦେଖିବାକୁ ଚାହାଁନ୍ତି । ମୋ ମତରେ ତାଙ୍କ ପରି ସଫଳ ଖେଳାଳି ଘରୁ ନୁହେଁ ଗ୍ରାଉଣ୍ଡରୁ ବିଦାୟ ନେବା କଥା । ଏହି କଥା ମୁଁ ଥରେ ସଚିନ ତେନ୍ଦୁଲକରଙ୍କୁ କହିଥିଲି । ଯେତେବେଳେ ଏତେ ସଂଖ୍ୟକ ଫ୍ୟାନ ରହିଛନ୍ତି ଆପଣଙ୍କୁ ଗ୍ରାଉଣ୍ଡରୁ ହିଁ ଯାତ୍ରା ସମାପନ କରିବା ଉଚିତ୍ । ଯାହା ଦ୍ବାରା ଫ୍ୟାନ୍ସଙ୍କୁ ଖୁସି ମିଳିବ । ମୁଁ ବି ସେତେବେଳେ ଖୁସି ହୋଇଥାନ୍ତି । ମୁଁ ତାଙ୍କୁ ଭାରତର ବେଷ୍ଟ କ୍ୟାପଟେନ ମାନେ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଧୋନି ସତରେ ଜଣେ ଚତୁର କ୍ରିକେଟର ଅଟନ୍ତି । ସୁରେଶ ରୈନା ଓ ଆର ଅଶ୍ବିନୀଙ୍କ ପରି ଷ୍ଟାର ଖେଳାଳିଙ୍କୁ ସେ ଆଗକୁ ଆଣିଛନ୍ତି । ଖେଳକୁ ସେ ବେଶ ଭଲ ଭାବରେ ବୁଝୁଥିଲେ । ସେଥିପାଇଁ ତ ଖେଳାଳିଙ୍କୁ ମହାନ ଖେଳାଳି ଭାବେ ରୂପାନ୍ତରିତ କରି ଦିଅନ୍ତି । ଧୋନି ଏଭଳି ଜଣେ ଖେଳାଳି ତାଙ୍କୁ ଖୁବ ଭଲ ଭାବରେ ଜଣା ମ୍ୟାଚକୁ କିପରି ଶେଷ କରାଯିବ । ଟିମକୁ ଯେପରି ବିଜୟ ମିଳୁ ସେହି ଭଳି ନିଜ ପାଳି ଖେଳି ଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.