ETV Bharat / sports

ଜାଣନ୍ତୁ, ଧୋନିଙ୍କ କୁଲ ରହିବା ପଛର ସିକ୍ରେଟ - ମହେନ୍ଦ୍ର ସିଂହ ଧୋନି

ଅନେକ ଦିନ ପରେ କମର୍ସିଆଲ ଇଭେଣ୍ଟରେ ନଜର ଆସିଲେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । କହିଲେ ତାଙ୍କର କୁଲ ରହିବା ପଛର ସିକ୍ରେଟ । ଅଧିକ ପଢ଼ନ୍ତୁ...

ଧୋନି ଦେଲେ କୁଲ ରହିବାର ମନ୍ତ୍ର
author img

By

Published : Oct 16, 2019, 11:13 PM IST

ହାଇଦ୍ରାବାଦ: ପଡିଆରେ ହେଉ କିମ୍ବା ପଡିଆ ବାହାରେ ସବୁବେଳ ତାଙ୍କୁ କୁଲ ଥିବାର ଦେଖିଥାନ୍ତି ଫ୍ୟାନ୍ସ ଓ ଖେଳାଳି । ନିଜ ଉପରୁ ନିୟନ୍ତ୍ରଣ ହରାଇବା ଖୁବ କମ ଦେଖିବାକୁ ମିଳେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଠାରେ । ତେବେ ଧୋନି କୁହନ୍ତି ଅନ୍ୟମାନଙ୍କ ଭଳି ତାଙ୍କର ମଧ୍ୟ ଆବେଗ ରହିଛି । କିନ୍ତୁ ସେ ନକାରାତ୍ମକ ଭାବନା ଗୁଡିକ ଉପରେ କିପରି କାବୁ କରାଯିବ ତାହା ବେଶ ଭଲ ଭାବରେ ଜାଣନ୍ତି ।

ଧୋନି ଭାରତୀୟ କ୍ରିକେଟରେ ସଦା ସର୍ବଦା ‘କ୍ୟାପ୍ଟେନ କୁଲ’ ହୋଇ ରହିବେ । କିନ୍ତୁ ଦୁଇ ଦୁଇ ଥର ଭାରତକୁ ବିଶ୍ବ ବିଜେତା କରାଇଥିବା କ୍ୟାପ୍ଟେନ କୁଲ କୁହନ୍ତି ଯେ ସବୁ ଜିତ ଆଉ ହାର ପରେ ସେ ମଧ୍ୟ ଅନେକ ସମୟରେ ରାଗିଥାନ୍ତି ଓ ଭାବ ବିହ୍ବଳ ହୁଅନ୍ତି ।

ମୁଁ ମଧ୍ୟ ଠିକ ଅନ୍ୟମାନଙ୍କ ପରି, କିନ୍ତୁ ଅନ୍ୟ ମାନଙ୍କ ଅପେକ୍ଷା ମୁଁ ମୋ ଭାବନା ଗୁଡିକ ଉପରେ କାବୁ କରିବା ଅଧିକ ଭଲ ଭାବରେ ଜାଣିଛି ବୋଲି କହିଛନ୍ତି ମାହି । ଜୁଲାଇ ମାସରେ ବିଶ୍ବକପ ସେମି ଫାଇନାଲ ପରେ ଖୁବ କମ ନଜର ଆସିଥିବା ଧୋନି ବୁଧବାର ପୁଣି ଆସିଛନ୍ତି ଲାଇମ ଲାଇଟକୁ ।

ବିଶ୍ବକପ ପରେ ଧୋନିଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଅନୁଭବି ୱିକେଟ କିପର- ବ୍ୟାଟ୍ସମ୍ୟାନ ବର୍ତ୍ତମାନ କ୍ରିକେଟରୁ କିଛି ସମୟ ପାଇଁ ନେଇଛନ୍ତି ବିଶ୍ରାମ ।

ଧୋନି କହିଛନ୍ତି, ମତେ ମଧ୍ୟ ସମାନ ଭାବରେ ରାଗ, ବିରକ୍ତି ଓ ହତାଶା ଅନୁଭବ ହୁଏ । କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଭାବନା ଦୀର୍ଘ ସ୍ଥାୟୀ ହୋଇ ରହିନଥାଏ । ଧୋନି କିପରି ନକାରାତ୍ମକ ପରିସ୍ଥିତିର ମୁକାବିଲା କରିନ୍ତି ସେନେଇ ଆଲୋଚନା କରିଥିଲେ । ଧୋନି କହିଥିଲେ ଯେ ସମସ୍ୟା କଥା ଭାବି ଚିନ୍ତାଗ୍ରସ୍ତ ହେବା ଅପେକ୍ଷା ତାର ସମାଧାନ ଖୋଜିବାରେ ସେ ବିଶ୍ବାସ କରନ୍ତି ।

ଭାବନାରେ ବହିଯିବା ଅପେକ୍ଷା ବର୍ତ୍ତମାନ କ’ଣ କରାଯିବା ଦରକାର ସେ କଥା ଚିନ୍ତା କରିବା ଅଧିକ ଜରୁରୀ । ମୋର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ । ଆଗାମୀ ବ୍ୟକ୍ତି କିଏ ହେବ, ଯାହାକୁ ମୁଁ ବ୍ୟବହାର କରି ପାରିବି । ଏକଥା ଭାବିବାରେ ମୁଁ ମଜ୍ଜି ଯିବା ପରେ, ମୁଁ ମୋ ଭାବନା ଗୁଡିକୁ କାବୁ କରିନିଏ ବୋଲି ଧୋନି କହିଛନ୍ତି ।

ଧୋନି ପୁଣି ଥରେ ଏହି କଥା ଉପରେ ଜୋର ଦେଇଛନ୍ତି ଯେ ଅନ୍ତିମ ଫଳାଫଳ ଅପେକ୍ଷା ତା ପର୍ଯ୍ୟନ୍ତ ପହଁଞ୍ଚିବାର ପ୍ରକ୍ରିୟା ଅଧିକ ଗୁରୁତ୍ବପୂର୍ଣ୍ଣ । ଯାହାକୁ ସେ ନିଜ ଅଧିନାୟକତ୍ବ ବେଳେ ସବୁବେଳେ ବ୍ୟବହାର କରି ଆସିଛନ୍ତି ।

ଜିତ୍ ପାଇଁ ଧୋନି ସବୁବେଳେ ଗୋଟିଏ ଦୁଇଟି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତି । ସେ ବିଶ୍ବାସ କରନ୍ତି ଯେ ମ୍ୟାଚ ଜିତିବା ସମ୍ପୂର୍ଣ୍ଣ ଟିମର ଲକ୍ଷ୍ୟ ଏହା ଜଣେ ଖେଳାଳି ବା ଜଣେ ବ୍ୟକ୍ତିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.