ETV Bharat / sports

12 ଦିନିଆ ଦିଲ୍ଲୀ ପୋଲିସ ହେପାଜତରେ ବୁକି ସଞ୍ଜୀବ - କ୍ରିକେଟର ସବୁଠୁ ବଡ ମ୍ୟାଚ ଫିକ୍ସିଂ ଘଟଣା

ପୋଲିସ ହେପାଜତରେ କ୍ରିକେଟର ସବୁଠୁ ବଡ ମ୍ୟାଚ ଫିକ୍ସିଂ ଘଟଣାର ବୁକି ସଞ୍ଜୀବ ଚାୱଲା। ଲଣ୍ଡନରୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଗୁରୁବାର ଭାରତ ଆଣିଥିଲା। ପରେ ଦିଲ୍ଲୀର ଏକ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। କୋର୍ଟ 12 ଦିନ ପାଇଁ ସଞ୍ଜୀବକୁ ପୋଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

Sanjeev Chawla to 12-day police custody
ପୋଲିସ ହେପାଜତରେ ବୁକି ସଞ୍ଜୀବ
author img

By

Published : Feb 14, 2020, 9:29 AM IST

ନୂଆଦିଲ୍ଲୀ: ପୋଲିସ ହେପାଜତରେ କ୍ରିକେଟର ସବୁଠୁ ବଡ ମ୍ୟାଚ ଫିକ୍ସିଂ ଘଟଣାର ବୁକି ସଞ୍ଜୀବ ଚାୱଲା। ଲଣ୍ଡନରୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଗୁରୁବାର ଭାରତ ଆଣିଥିଲା। ପରେ ଦିଲ୍ଲୀର ଏକ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। କୋର୍ଟ 12 ଦିନ ପାଇଁ ସଞ୍ଜୀବକୁ ପୋଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ପୋଲିସ ପକ୍ଷରୁ 14 ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଅପିଲ କରାଯାଇଥିଲା। ସଞ୍ଜୀବଙ୍କ ନାମରେ 5 ମ୍ୟାଚରେ ମ୍ୟାଚ ଫିକ୍ସିଂର ଅଭିଯୋଗ ରହିଥିବା ପୋଲିସ ପକ୍ଷରୁ କୋର୍ଟକୁ ଅବଗତ କରାଯାଇଥିଲା।

ବର୍ଷ 2000 ମାର୍ଚ୍ଚ ମାସରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ ମ୍ୟାଚ ଫିକ୍ସିଂ ନେଇ ସୁରାଗ ପାଇଥିଲା ପୋଲିସ । ଏହି ମ୍ୟାଚ ଫିକ୍ସିଂ ଘଟଣାକୁ ସବୁଠୁ ବଡ ମ୍ୟାଚ ଫିକ୍ସିଂ ବୋଲି କୁହାଗଲା। ଏଥିରେ ତତ୍କାଳିନ ଦକ୍ଷିଣ ଆଫ୍ରିକା କ୍ୟାପଟେନ ହନ୍ସି କ୍ରୋନ୍ଜେ, କ୍ରିକେଟର, ଓ ଏକାଧିକ ବୁକିଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଓ ଥିବା ଚର୍ଚ୍ଚା ହୋଇଥିଲା । 2002ରେ ଏକ ବିମାନ ଦୁର୍ଘଟଣାରେ କ୍ରୋନ୍ଜେଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟପଟେ ଏହି ମ୍ୟାଚ ଫିକ୍ସିଂ ଘଟଣାର ମାଷ୍ଟରମାଇଣ୍ଡ ସଞ୍ଜୀବ ଚାୱାଲା, ସେବେ ଠାରୁ ଲଣ୍ଡନ ଖସି ପଳାଇଥିଲା ।

Sanjeev Chawla to 12-day police custody
ଫଟୋ ସୌଜନ୍ୟ: Twitter@ANI

ବ୍ରିଟିସ କୋର୍ଟର ଦସ୍ତାବିଜ ଅନୁଯାୟୀ ଦିଲ୍ଲୀରେ ଜନ୍ମିତ ସଞ୍ଜୀବ, 1996ରେ ବିଜନେସ ଭିସାରେ ୟୁକେରେ ପହଞ୍ଚିଥିଲେ। ପରେ ବିଭିନ୍ନ ସମୟରେ ସେ ଭାରତକୁ ଯିବା ଆସିବା ଜାରି ରଖିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.