ETV Bharat / sports

ରୋମାଞ୍ଚକ ମୁକାବିଲାରେ ଦିଲ୍ଲୀର ବାଜିମାତ୍‌, ଖେଳିବ କ୍ବାଲିଫାୟର-2 - SRH

ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦକୁ 2ୱିକେଟରେ ପରାସ୍ତ କରିଛି ଚଳିତ ଆଇପିଏଲରେ ନୂଆ ରୂପରେ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ । ଏଲିମିନେଟର ମ୍ୟାଚରେ ପରାଜୟ ସହ ହାଇଦ୍ରାବାଦର ଚଳିତ ଆଇପିଏଲ ଯାତ୍ରା ଶେଷ ହୋଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @ipl
author img

By

Published : May 9, 2019, 2:54 AM IST

ବିଶାଖାପାଟନମ୍‌: ଆଗାମୀ କ୍ୱାଲିଫାୟର-2 ମ୍ୟାଚରେ ଚେନ୍ନାଇକୁ ଭେଟିବାକୁ ଯାଉଛି ଯୁବ ଦଳ ଦିଲ୍ଲୀ କ୍ୟାପିଟାଲ୍ସ । ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦକୁ 2 ୱିକେଟରେ ପରାସ୍ତ କରିଛି ଚଳିତ ଆଇପିଏଲରେ ନୂଆ ରୂପରେ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ । 19.5ବଲରେ ଚୌକା ମାରି ଦଳକୁ ଆଇପିଏଲ ଫାଇନାଲ ଆଡକୁ ପାଦେ ଆଗେଇ ନେଇଛନ୍ତି କେମ୍‌ ପାୱଲ । ଏଲିମିନେଟର ମ୍ୟାଚରେ ପରାଜୟ ସହ ହାଇଦ୍ରାବାଦର ଚଳିତ ଆଇପିଏଲ ଯାତ୍ରା ଶେଷ ହୋଇଛି ।

IPL
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @ipl

ତେବେ ହାଇଦ୍ରାବାଦ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 162ରନ କରିଥିଲା । ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ଗୋଟିଏ ବଲ ବାକି ଥାଇ 165ରନ କରିଛି ।

ତେବେ ଦିଲ୍ଲୀ ପକ୍ଷରୁ ଯୁବ ପୃଥ୍ବୀ ଶ'(56) ଓ ରିଷଭ ପନ୍ତ(49)ରନର ଦମଦାର ପାଳି ଖେଳିଛନ୍ତି । ଅନ୍ୟପଟେ ଅଧିନାୟକ ଶ୍ରେୟସ ଆୟାର ଓ ଶିଖର ଧୱନ ଆଜି ମ୍ୟାଚରେ ଫେଲ ମାରିଛନ୍ତି ।

ତେବେ ଦିଲ୍ଲୀ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ 18.5ଓଭରରେ ଭୁବନେଶ୍ବରଙ୍କ ବଲକୁ ବଡ ସର୍ଟ ଖେଳିବା ଆଶାରେ ବିଙ୍କ ହାତରେ ପନ୍ତ କ୍ୟାଚ ଆଉଟ ହୋଇଥିଲେ । ଫଳରେ ବିପଦରେ ପଡିଥିଲା ଦିଲ୍ଲୀ । ସେହିପରି ଶେଷ ଓଭରରେ ଅମିତ ମିଶ୍ରା ଫିଲ୍ଡରେ ବାଧା ଦେବା ପ୍ରକ୍ରିୟାରେ ଆଉଟ ହୋଇ ପାଭିଲିଅନ ଫେରିଥିଲେ । ଫଳରେ ଶେଷ ଦୁଇଟି ବଳରେ ଦୁଇ ରନ ଆବଶ୍ୟକ ଥିଲା । କେମ ପାଉଲ 19ତମ ଓଭରର ପଞ୍ଚମ ବଲରେ ଚୌକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ।

ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର, ରଶିଦ ଖାନ ଓ ଖଲିଲୀ ଅହମ୍ମଦ 2ଟି ଲେଖାଏଁ ୱିକେଟ ନେଇଛନ୍ତି ।

Intro:Body:

fddf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.