ETV Bharat / sports

ଭାଗ୍ୟ ବଦଳାଇବ କି ନବକଳେବର..ପ୍ରଥମ IPL ଟାଇଟେଲ ଲକ୍ଷ୍ୟରେ ପଞ୍ଜାବ - କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସ କ୍ୟାପଟେନ

ଥରେ ମାତ୍ର 2014ରେ ଫାଇନାଲ ଖେଳିଛି ପଞ୍ଜାବ । ଆଇପିଏଲର 14ତମ ସଂସ୍କରଣରେ ପଞ୍ଜାବ ଖେଳାଳି ନୂଆ ନାମ ସହ ପଡିଆକୁ ଓହ୍ଲାଇବେ । ଅଧିକ ପଢନ୍ତୁ...

Decoding Punjab Kings: Well-balanced on paper, PK look to change fortunes with new name
ଭାଗ୍ୟ ବଦଳାଇବ କି ନବକଳେବର..ପ୍ରଥମ IPL ଟାଇଟେଲ ଲକ୍ଷ୍ୟରେ ପଞ୍ଜାବ
author img

By

Published : Apr 6, 2021, 9:32 PM IST

ହାଇଦ୍ରାବାଦ: ଆଇପିଏଲର 14ତମ ସଂସ୍କରଣରେ ପଞ୍ଜାବ ଖେଳାଳି ନୂଆ ନାମ ସହ ପଡିଆକୁ ଓହ୍ଲାଇବେ । ପୂର୍ବରୁ କିଙ୍ଗ୍ସ ଏକାଦଶ ନାମ ଥିବାବେଳେ ଫ୍ରାଞ୍ଚାଇଜ ନାମରେ ସାମାନ୍ୟ ପରିବର୍ତ୍ତନ କରି ପଞ୍ଜାବ କିଙ୍ଗ୍ସ ରଖିଛି । ତେବେ ନାମ ବଦଳିବା ଦ୍ବାରା ଫ୍ରାଞ୍ଚାଇଜର ପ୍ରଦର୍ଶନ ସହ ଟୁର୍ଣ୍ଣାମେଣ୍ଟରେ ଟିମର ଭାଗ୍ୟ ବଦଳୁଛି କି ନାହିଁ ଫ୍ୟାନ୍ସଙ୍କ ଅପେକ୍ଷା ।

ଥରେ ମାତ୍ର 2014ରେ ଫାଇନାଲ ଖେଳିଛି ଦଳ । ଫଳରେ ଆଗାମୀ ଆଇପିଏଲରେ ଫର୍ମରେ ଥିବା କେଏଲ ରାହୁଲଙ୍କ ନେତୃତ୍ବରେ ସନ୍ତୁଳିତ ପଞ୍ଜାବ ନିଶ୍ଚିନ୍ତ ପ୍ରଥମ ଟାଇଟେଲ ବିଜୟ ଆଶାରେ ରହିବ ।

ରାହୁଲଙ୍କ ଅଧିନାୟକତ୍ବ, ଅନିଲ କୁମ୍ବଲେଙ୍କ ପ୍ରଶିକ୍ଷଣ ନେତୃତ୍ବରେ ଦଳରେ ଏକାଧିକ ଦକ୍ଷ, ମ୍ୟାଚ ବିଜେତା ଓ ଭାରତୀୟ ଯୁବ ଖେଳାଳି ରହିଛନ୍ତି । ତେବେ ଦଳର ସ୍ଥିର ପ୍ରଦର୍ଶନ ନେଇ ଏବେବି ଆଶଙ୍କା ରହିଛି ।

ଦଳରେ କ୍ରିସ ଗେଲ୍‌, ନିକୋଲାସ ପୁରୋନ, ଡେୱିଡ ମଲାନଙ୍କ ପରି ଅନ୍ତର୍ଜାତୀୟ ପାୱରହିଟର ରହିଛନ୍ତି, ଯେଉଁମାନେ କୌଣସି ବି ପରିସ୍ଥିତିରେ ମ୍ୟାଚର ମୋଡ ବଦାଳାଇବାର କ୍ଷମତା ରଖନ୍ତି । ଅନ୍ୟପଟେ କ୍ୟାପଟେନ ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ ପଞ୍ଜାବ ବ୍ୟାଟିଂର ଶକ୍ତିଶାଳୀ ସଦସ୍ୟ ରହିଛନ୍ତି ।

ସେହିପରି ସର୍ଫରାଜ ଖାନ, ଦୀପକ ହୁଡ୍ଡା, ମନଦୀପ ସିଂହଙ୍କ ପରି ଖେଳାଳି ଘରୋଇ ପରିବେଶରେ ଉପଯୋଗୀ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି । ଅଲରାଉଣ୍ଡର ତାଲିକାରେ ଜଲଜ ସାକ୍ସେନା ଓ ଉତ୍କର୍ଷ ସିଂହ ରହିଛନ୍ତି ।

ଦ୍ରୁତ ବୋଲିଂ ବିଭାଗ ମହମ୍ମଦା ସାମିଙ୍କ ସହ ଜୋଏ ରିଚାର୍ଡସନ, କ୍ରିସ ଜୋର୍ଡାନ, ଆକାଶଦୀପ ସିଂହ ଓ ରିଲେ ମେରେଡିଥଙ୍କ ଉପରେ ନିର୍ଭର କରିବ । ସ୍ପିନ ବିଭାଗରେ ମୁରୁଗାଁ ଅଶ୍ବିନ ଓ ସୌରଭ କୁମାର ରହିଛନ୍ତି ।

ପଞ୍ଜାବ କିଙ୍ଗ୍ସ , ୱାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ।

ପଞ୍ଜାବ କିଙ୍ଗ୍ସ ସ୍କ୍ବାଡ: କେଏଲ ରାହୁଲ(କ୍ୟାପଟେନ), କ୍ରିସ ଗେଲ୍‌, ମୟଙ୍କ ଅଗ୍ରୱାଲ, ଡେୱିଡ ମଲାନ, ଦୀପକ ହୁଡ୍ଡା, ମନଦୀପ ସିଂହ, ସର୍ଫରାଜ ଖାନ, ଶାହାରୁଖ ଖାନ, ନିକୋଲାସ ପୁରୋନ, ଇଶାନ ପୋରେଲ, ମୁରୁଗାଁ ଅଶ୍ବିନ, ମହମ୍ମଦ ସାମି, କ୍ରିସ ଜୋର୍ଡାନ, ରବି ବିଷ୍ଣୋଇ, ହରପ୍ରୀତ ବ୍ରାର, ପ୍ରବାସିମ୍ରନ ସିଂହ, ଦର୍ଶନ ନାଲକଣ୍ଡେ, ଅର୍ଶଦୀପ ସିଂହ, ଜୋଏ ରିଚାର୍ଡସନ, ରିଲେ ମେରେଡିଥ, ମୋଇସେସ ହେନେରିକ୍ସ, ଜଲଜ ସାକ୍ସେନା, ଉତ୍କର୍ଷ ସିଂହ ଫାବିଏନ ଆଲେନ, ସୌରଭ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.