ETV Bharat / sports

ଅରୁଣ ଜେଟଲିଙ୍କ ନାଁରେ ନାମିତ ହେଲା ଫିରୋଜ ଶାହା କୋଟଲା ଷ୍ଟାଡିୟମ - DDCAର ସଭାପତି

ଦିଲ୍ଲୀର ଐତିହାସିକ ଫିରୋଜ ଶାହା କୋଟଲା କ୍ରିକେଟ ଷ୍ଟାଡିୟମ ଅରୁଣ ଜେଟଲି ଷ୍ଟାଡିୟମ ନାମରେ ନାମିତ ହୋଇଛି । ଏନେଇ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏନ(DDCA) ପକ୍ଷରୁ ଘୋଷଣା କରାଯାଇଛି ।

ଡିଜାଇନ ଫେଟୋ
author img

By

Published : Aug 27, 2019, 5:13 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ କ୍ରିକେଟ ଷ୍ଟାଡିୟମ ଫିରୋଜ ଶାହା କୋଟଲା ନାମ ପରିବର୍ତ୍ତନ ହୋଇଛି । ସେପ୍ଟମ୍ବର 12 ରୁ ଏହି ଷ୍ଟାଡିୟମର ନାମ ଅରୁଣ ଜେଟଲି ଷ୍ଟାଡିୟମ ହେବ । ଏନେଇ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏନ(DDCA) ପକ୍ଷରୁ ଘୋଷଣା କରାଯାଇଛି । ସେପ୍ଟମ୍ବର 12ରେ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମର ରହିଛି । ଯେଉଁଥିରେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ବିରାଟ କୋହଲି ଷ୍ଟାଣ୍ଡ ନାମରେ ନାମିତ କରାଯିବ । ସେହି କାର୍ଯ୍ୟକ୍ରମରେ ଫିରୋଜ ଶାହା କୋଟଲା ଷ୍ଟାଡିୟମ ଅରୁଣ ଜେଟଲି ଷ୍ଟାଡିୟମ ନାମରେ ନାମିତ ହେବ ।

ନିକଟରେ ଅରୁଣ ଜେଟଲିଙ୍କର ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଜେଟଲି ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏନ ସଭାପତି ରହିଛନ୍ତି । କ୍ରିକେଟ ପ୍ରତି ତାଙ୍କ ଅହେତୁକ ଭଲପାଇବା ରହିଥିଲା । ଜେଟଲିଙ୍କର ଦିଲ୍ଲୀ କ୍ରିକେଟ ଓ ଭାରତୀୟ କ୍ରିକେଟ ପ୍ରତି ଅନେକ ଅବଦାନ ରହିଛି । DDCAର ସଭାପତି ଥିବାବେଳେ ସେ ଅନେକ ଅଜଣା ପ୍ରତିଭାକୁ ସୁଯୋଗ ଦେଇଛନ୍ତି । ପରମୁହୁର୍ତ୍ତରେ ସେହି ଖେଳାଳି ଦେଶକୁ ଗୌରାବାନ୍ନିତ କରିଛନ୍ତି । ଭାରତୀୟ କ୍ରିକେଟକୁ ଜେଟଲିଙ୍କ ଅବଦାନକୁ ସମ୍ମାନ ଓ ତାଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଜେଟଲି କେବଳ ଜଣେ କ୍ରିକେଟ ଖେଳାଳି କିମ୍ବା ପ୍ରଶାସକ ନଥିଲେ, ଭାରତ ସରକାରଙ୍କର ଅନେକ ଗୁରୁତ୍ତ୍ବପୂର୍ଣ୍ଣ ମନ୍ତ୍ରାଣାଳୟର ଦାୟିତ୍ବ ମଧ୍ୟ ତୁଲାଇଛନ୍ତି । ଜେଟଲି ଏକାଧାରାରେ ଜଣେ ଖେଳାଳି, କ୍ରୀଡାବିତ, ପ୍ରଶାସକ, ରାଜନୀତିଜ୍ଞ, ଦକ୍ଷ ଆଇନଜିବୀ ତଥା ମିଷ୍ଟଭାଷି ଉଚ୍ଚଜ୍ଞାନ ସଂପନ୍ନ ବ୍ୟକ୍ତିତ୍ବ ଥିଲେ । ତାଙ୍କର ଅବର୍ତ୍ତମାନରେ ସାରା ଦେଶ ସେ ପ୍ରତିଟି କ୍ଷେତ୍ରରେ ନିଭେଇଥିବା ଦେଶ ପ୍ରତି କର୍ତ୍ତବ୍ୟକୁ ତାଙ୍କର ସମ୍ମାନ ଜଣାଉଛନ୍ତି ।

Intro:Body:

ii

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.