ନୂଆଦିଲ୍ଲୀ: ଧୋନିଙ୍କ ଅବସର ନେଇ ସୋସିଆଲ ମିଡିଆରେ ଝଡ । ସମାଲୋଚଙ୍କୁ କଡା ଜବାବ୍ ଦେଉଛନ୍ତି ଧୋନିଙ୍କ ଫ୍ୟାନ୍ସ ଓ ଭାରତୀୟ କ୍ରିକେଟ ଫ୍ୟାନ୍ସ । ତେବେ ଏଥିରୁ ବାଦ ପଡି ନାହାନ୍ତି କିଛି ପୂର୍ବତନ କ୍ରିକେଟର । ଧୋନିଙ୍କ ଅବସର ନେଇ ଥଟ୍ଟ କରିଥିବା ଇଂଲଣ୍ଡର ପୂର୍ବତନ କ୍ରିକେଟର ଡେଭିଡ୍ ଲୟର୍ଡ ଫ୍ୟାନ୍ସଙ୍କର ଆକ୍ରୋସର ଶିକାର ହୋଇଛନ୍ତି ।
ତେବେ ଘଟଣାକ୍ରମଟି ଏମିତି, ଧୋନି ଭାରତୀୟ ସେନାର ପାରାଚୁଟ୍ ରେଜିମେଣ୍ଟ ବାଟାଲିୟନରେ ସାମିଲ ହେବାର ଏକ ଟ୍ବିଟକୁ ଥଟ୍ଟା କରିଥିଲେ ଡେଭିଡ୍ ଲୟର୍ଡ । ସେ ଏକ ଟ୍ବିଟରେ ଦୁଇଟି ସ୍ମାଇଲ ଇମୋଜ ଦେଇ ଉକ୍ତ ଟ୍ବିଟକୁ ରିଟ୍ବିଟ୍ କରିଛନ୍ତି । ତେବେ ଡେଭିଡ୍ ଲୟର୍ଡଙ୍କ ଏହି ଟ୍ବିଟରେ ଖପ୍ପା ହୋଇ ଭାରତୀୟ ଫ୍ୟାନ୍ସ ତାଙ୍କୁ ଖୁବ ଟ୍ରୋଲ କରିଛନ୍ତି ।
ଅନେକ ଭାରତୀୟ ଫ୍ୟାନ ତାଙ୍କୁ ଟାର୍ଗେଟ କରି ଜୋରଦାର ପ୍ରତିକ୍ରିୟା ଦେଇଛନ୍ତି । ଅନେକ ୟୁଜର ତାଙ୍କୁ ଭୀରୁ ବୋଲି କହିଥିବା ବେଳେ ଅନେକ ତାଙ୍କୁ ନିଜ କ୍ୟାରିୟର ଉପରେ ଟିକେ ଦୃଷ୍ଟି ପକାଇବା ପାଇଁ ଉପଦେଶ ଦେଇଥିଲେ।