ETV Bharat / sports

ଆଇପିଏଲରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିଲେ ଡାରେନ ସାମି !

ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଡାରେନ ସାମି ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବାବେଳେ ତାଙ୍କ ଉଦ୍ଦେଶ୍ୟରେ 'କାଲୁ' ଆକ୍ଷେପ ମୂଳକ ଶବ୍ଦର ବ୍ୟବହାର ହୋଇଥିଲା ବୋଲି କହିଛନ୍ତି ।

Darren sammy loses His cool on recalling racist word used against him in IPL
ଆଇପିଏଲରେ ବର୍ଣ୍ଣାବୈଷମ୍ୟର ଶୀକାର ହୋଇଥିଲେ ଡାରେନ ସାମି !
author img

By

Published : Jun 7, 2020, 4:53 PM IST

ନୂଆଦିଲ୍ଲୀ: ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଡାରେନ ସାମି ଆଇପିଏଲରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିବା ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ।

Darren sammy loses His cool on recalling racist word used against him in IPL
ଆଇପିଏଲରେ ବର୍ଣ୍ଣାବୈଷମ୍ୟର ଶୀକାର ହୋଇଥିଲେ ଡାରେନ ସାମି !

ସାମି କହିଛନ୍ତି ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବାବେଳେ, ତାଙ୍କ ଉଦ୍ଦେଶ୍ୟରେ 'କାଲୁ' ଆକ୍ଷେପ ମୂଳକ ଶବ୍ଦର ବ୍ୟବହାର ହୋଇଥିଲା । ଏହା ଏକ ହିନ୍ଦୀ ଶବ୍ଦ ଓ ବର୍ତ୍ତମାନ ସେ ଏହି ଶବ୍ଦର ଇଂରାଜୀ ଅର୍ଥ କଳା(BLACK) ବୋଲି ଜାଣିପାରିଛନ୍ତି ।

କେବଳ ସେ ନୁହଁନ୍ତି, ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପରେରାଙ୍କ ପାଇଁ ମଧ୍ୟ ଏହି ଶବ୍ଦର ବ୍ୟବହାର କରାଯାଇଥିଲା ।

ଆମେରିକାରେ ପୋଲିସ ହେପାଜତରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ପ୍ଳୋଏଡଙ୍କ ହତ୍ୟା ପରେ, ସାଧାରଣ ଲୋକେ ଏହା ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଦେଶର ପ୍ରମୁଖ ପ୍ରାୟ 40ଟି ସହରରେ ଆନ୍ଦୋଳନ ଉଗ୍ର ରୂପ ନେବାପରେ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ଓ ଲାଠି ଚାଳନା ହୋଇଥିବା ମଧ୍ୟ ଆମେରିକା ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଥିଲା । ଏମିତିକି ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ ମଧ୍ୟ ରିପୋର୍ଟ ରହିଥିଲା ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଏହାକୁ ନିନ୍ଦା କରିବା ସହ, ବିବିଧତା ବିନା କ୍ରିକେଟ ଅସ୍ଥିତ୍ବହୀନ ବୋଲି ଟ୍ବିଟ କରାଯାଇଥିଲା । ଡାରେନ ସାମି ଓ କ୍ରିସ ଗେଲ୍ ଭର୍ଚୁଆଲ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.