ETV Bharat / sports

‘ମୋତେ ଟାର୍ଗେଟ କରାଯାଉଥିଲା କିନ୍ତୁ ଧର୍ମ ପରିବର୍ତ୍ତନ କରିନି’

author img

By

Published : Dec 28, 2019, 6:03 PM IST

ସୋଏବ ଅଖତରଙ୍କ ବୟାନ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଦାନିଶ କାରେନିଆ କହିଛନ୍ତି, ମୋତେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକା ଯାଉଥିଲା ଏବଂ ମୋତେ ଟାର୍ଗେଟ କରାଯାଉଥିଲା । ମାତ୍ର ମୁଁ କେବେ ଧର୍ମ ପରିବର୍ତ୍ତନ କରିିନି ।

danish-kaneria-opens-up-on-shoaib-akhtar-comment
ମୋତେ ଟାର୍ଗେଟ କରାଯାଉଥିଲା, କିନ୍ତୁ ମୁଁ କେବେ ଧର୍ମ ପରିବର୍ତ୍ତନ କରିଲି ନାହିଁ: କାରେନିଆ

କରାଚୀ: ବେଳକୁ ବେଳ ଘନଉଛି ପାକିସ୍ତାନୀ ଲେଗ ସ୍ପିନର ଦାନିଶ କାରେନିଆଙ୍କ ଧାର୍ମିକ ଉତ୍ପୀଡନ ପ୍ରସଙ୍ଗ । ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖତରଙ୍କ ବଡ ବୟାନ ପରେ ଏବେ ଲାଇମଲାଇଟ୍‌ରେ ଦାନିଶ । ତେବେ ସୋଏବ ଅଖତରଙ୍କ ବୟାନ ପରେ ଗତକାଲି (ଶୁକ୍ରାବାର) ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକା ଯାଉଥିଲା ଏବଂ ମୋତେ ଟାର୍ଗେଟ କରାଯାଉଥିଲା । ମାତ୍ର ମୁଁ କେବେ ମୋ ଧର୍ମ ପରିବର୍ତ୍ତନ କରିନି ।

ଉଲ୍ଲେଖଥାଉ କି, ପୂର୍ବଦିନ ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର କହିଥିଲେ, ଦାନିଶ କାନେରିଆଙ୍କ ସହ ହେଉଥିଲା ପାତର ଅନ୍ତର । ହିନ୍ଦୁ ହୋଇଥିବା କାରଣରୁ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଯାହାକୁ ନେଇ ପାକିସ୍ତାନ କ୍ରିକେଟରେ ଏବେ ଝଡ ସୃଷ୍ଟି ହୋଇଛି ।

ତେବେ ଏକ ପାକିସ୍ତାନୀ ଗଣମଧ୍ୟମକୁ ନିଜର ସାକ୍ଷାତକାର ଦେଇ ଦାନିଶ କହିଛନ୍ତି, "ମୁଁ ଜଣେ ହିନ୍ଦୁ ଓ ପାକିସ୍ତାନୀ ହୋଇଥିବାରୁ ଗର୍ବିତ । ତେବେ ମୁଁ ଏଠି କହିରଖେ, ମୋ ସହ ଘଟିଥିବା ଘଟଣାରେ ସମଗ୍ର ପାକିସ୍ତାନ କ୍ରିକେଟ ବୋର୍ଡ ଦାୟୀ ନୁହେଁ । କେତେ ଜଣ କ୍ରିକେଟର ମୋ ପ୍ରତି ଏଭଳି ଆଭିମୁଖ୍ୟ ରଖିଥିଲେ । ସମସ୍ତେ ନୁହେଁ । କିଛି କ୍ରିକେଟର ମଧ୍ୟ ମୋତେ ସମର୍ଥନ କରିଥିଲେ ।"

ତେବେ ସୋଏବ ଅଖତର ତାଙ୍କ ବୟାନରେ କହିଥିଲେ ଯେ, ଏମିତି କି କିଛି ପାକିସ୍ତାନୀ ଖେଳାଳି ଧର୍ମ କାରଣରୁ କନେରିଆଙ୍କ ସହ ଖାଇବାକୁ ମାନ କରୁଥିଲେ ।

ତେବେ ସୋଏବଙ୍କୁ ପ୍ରଶଂସା କରି କନେରିଆ କହିଛନ୍ତି, "ସୋଏବ ଭାଇ ଯାହା କହିଲେ ତାହା ସମ୍ପୂର୍ଣ୍ଣ ସତ । ବୋଧହୁଏ ସୋଏବ ଭାଇ ଏ କଥା କାହାଠାରୁ ଶୁଣିଥାଇ ପାରନ୍ତି । ମାତ୍ର ମୁଁ ଏହି ସବୁ ମୂଲ୍ୟହୀନ କଥାକୁ ଖାତିର କରୁ ନାହିଁ । ମୁଁ ପାକିସ୍ତାନ କ୍ରିକେଟ ପାଇଁ ଖେଳୁଥିଲି ଆଗାକୁ ବି ଖେଳିବି ।"

ତେବେ ଆମେ ଏଠାରେ କହିରଖୁ, ସ୍ପଷ୍ଟ ଫିକ୍ସିଂ ମାମଲାରେ କ୍ରିକେଟରୁ ଆଜୀବନ ବାସନ୍ଦ ହୋଇଛନ୍ତି ଦାନିଶ । ସେ ପାକିସ୍ତାନ ପାଇଁ 61ଟି ଟେଷ୍ଟ ମ୍ୟାଚ ଖେଳଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.