ETV Bharat / sports

ଟେଷ୍ଟ କ୍ରିକେଟକୁ ବାଏ ବାଏ କଲେ ଷ୍ଟେନ - ସ୍ପିଡଷ୍ଟାର

ଟେଷ୍ଟ କ୍ରିକେଟରୁ ଡେଲ୍‌ ଷ୍ଟେନଙ୍କ ସନ୍ନ୍ୟାସ । ଅବାସର ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଦେଲା ସୂଚନା । ଟେଷ୍ଟ କ୍ରିକେଟରୁ ଅବସର ପରେ ଦିନିକିଆ ଓ ଟି-20 ଖେଳ ଜାରି ରଖିବେ ଷ୍ଟେନ୍‌ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 5, 2019, 10:08 PM IST

କେପ ଟାଉନ୍‌: ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ପେସ ବୋଲର ଡେଲ ଷ୍ଟେନ । ଦୀର୍ଘ ଦିନରୁ ଆହତ ସମସ୍ୟା ଦେଇ ଗତି କରୁଥିବା ଷ୍ଟେନ୍‌ କ୍ରିକେଟର ସୀମିତ ଓଭର ଫର୍ମାଟକୁ ଆଖିରେ ରଖି ଲମ୍ବା ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛି ।

ତେବେ ତାଙ୍କ 15ବର୍ଷ ଟେଷ୍ଟ କ୍ୟାରିଅର ମଧ୍ୟରେ 93ଟି ଟେଷ୍ଟ ମ୍ୟାଚରୁ 439 ୱିକେଟ ହାସଲ କରିଛନ୍ତି । ଷ୍ଟେନ୍ 5ଥର ଗୋଟିଏ ମ୍ୟାଚରେ 10ରୁ ଅଧିକ ୱିକେଟ ନେଇଛନ୍ତି । ତେବେ ସେ 2019/2020 ବର୍ଷ ପାଇଁ ଦକ୍ଷିଣ ଆଫ୍ରିକା ତରଫରୁ ଦିନିକିଆ ଓ ଟି-20 କ୍ରିକେଟ ଜାରି ରଖିବେ ।

2004 ମସିହା ଡିସେମ୍ବର 17ରେ ସେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ସେ ଏହି ମ୍ୟାଚରେ ତିନୋଟି ୱିକେଟ ହାସଲ କରିଥିଲେ । ପ୍ରଥମ ଇନିଂସରେ 2ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ତାଙ୍କୁ ମିଳିଥିଲା ଗୋଟିଏ ୱିକେଟ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.