ETV Bharat / sports

କ୍ରିକେଟର ପ୍ରବୀଣ କୁମାରଙ୍କ ନାଁରେ ପଡୋଶୀଙ୍କ ସହ ମାରପିଟ କରିବା ଅଭିଯୋଗ - praveen kumar

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପ୍ରବୀଣ କୁମାରଙ୍କ ନାଁରେ ପଡୋଶୀ ଓ ତାଙ୍କ 7ବର୍ଷ ପୁଅ ସହ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି।

praveen kumar
praveen kumar
author img

By

Published : Dec 15, 2019, 6:12 PM IST

Updated : Dec 15, 2019, 7:00 PM IST

ମିରଟ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପ୍ରବୀଣ କୁମାରଙ୍କ ନାଁରେ ମାରପିଟ ଅଭିଯୋଗ। ତାଙ୍କର ପଡୋଶୀ ଦୀପକ ଶର୍ମା ଓ ତାଙ୍କ ପୁଅଙ୍କ ସହ ମାରପିଟ କରିଥିବାର ଅଭିଯୋଗ ଆଣିଛନ୍ତି।

ଦୀପକ ଶର୍ମାଙ୍କ କହିବା ଅନୁସାରେ, ଶନିବାର ପ୍ରାୟ 3ଟା ସମୟରେ ବସ୍‌ ଷ୍ଟପରେ ତାଙ୍କର ପୁଅକୁ ଅପେକ୍ଷା କରିଥିଲେ। ସେତେବେଳେ ପ୍ରବୀଣ ନିଜ କାରରେ ଆସିଲେ ଓ ସ୍କୁଲ ବସ ଡ୍ରାଇଭରକୁ ଗାଳିଗୁଲଜ କରିଥିଲେ। ଏହାପରେ ମତେ ଗାଳି କରିବା ସହ ମାରି ଥିଲେ। ଏହାସହ ମୋର 7ବର୍ଷ ପୁଅକୁ ମଧ୍ୟ ଧକ୍କା ଦେଇଥିଲେ। ମୋ ହାତରେ ଆଘାତ ଲାଗିଛି।

ଏନେଇ ପୋଲିସ ଅଧୀକ୍ଷକ ଅଖିଳେଶ ନାରାୟଣ କହିଛନ୍ତି ଯେ, 2ଜଣ ଘଟଣା ବାବଦରେ ପୋଲିସକୁ ଜଣାଇଛନ୍ତି।ସେମାନଙ୍କର ବୟାନ ଆଧାରରେ ଏ ଘଟଣାର ଯାଞ୍ଚ କରିବା ସହ ତଦନ୍ତ କରାଯିବ।

ଅନ୍ୟପଟେ ପୀଡିତ ଦୀପକ ଶର୍ମା ଅଭିଯୋଗ କରିଛନ୍ତି ଯେ, ପୋଲିସ ଅଭିଯୋଗ ଦାଏର କରିବାକୁ ମନା କରିଦେଲା।କାରଣ ମାମଲା ଅନ୍ତରାଷ୍ଟ୍ରୀୟ କ୍ରିକେଟରଙ୍କ। ତେଣୁ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ପାଖକୁ ଯିବାକୁ କହିଛନ୍ତି। ଏହା ସହ ପୋଲିସ ଆପୋଷ ବୁଝାମଣା କରିବାକୁ ମୋ ଉପରେ ଚାପ ପକାଉଛି। ଆହୁରି ମତେ ଜୀବନରୁ ମାରି ଦେବାର ଧମକ ମିଳୁଛି। ପୂର୍ବତନ କ୍ରିକେଟର ପ୍ରବୀଣ ଏ ଘଟଣାରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Dec 15, 2019, 7:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.