ETV Bharat / sports

କୋରୋନାର ମୂଳପୋଛ ପରେ ହିଁ ପୁଣି ଥରେ କ୍ରିକେଟ ଆରମ୍ଭ ହେବା କଥା: ଯୁବରାଜ - କୋରୋନା ପରେ ହିଁ ଆରମ୍ଭ ହେଉ କ୍ରିକେଟ

ଯୁବରାଜ ସିଂହ ଭାବନ୍ତି ଯେ, କୋରୋନା ଭୁତାଣୁ ସମ୍ପୂର୍ଣ୍ଣ ରୂପେ ବିନାଶ ହେଲା ପରେ ହିଁ କ୍ରିକେଟ ଆରମ୍ଭ କରିବା କଥା ଚିନ୍ତା କରିବା ଦରକାର । ଅଧିକ ପଢ଼ନ୍ତୁ...

Cricket should resume after corona, when covid-19 is completely eradicated, Yuvraj Singh, କୋରୋନାର ମୂଳପୋଛ, କୋରୋନା ପରେ ହିଁ ଆରମ୍ଭ ହେଉ କ୍ରିକେଟ, ଯୁବରାଜ ସିଂହ
କୋରୋନାର ମୂଳପୋଛ ପରେ ହିଁ ପୁଣି ଥରେ କ୍ରିକେଟ ଆରମ୍ଭ ହେବା କଥା: ଯୁବରାଜ
author img

By

Published : Apr 25, 2020, 5:55 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଚାହାଁନ୍ତି ଯେ କୋରୋନା ମହାମାରୀ ବା କୋଭିଡ-19 ସମ୍ପୂର୍ଣ୍ଣ ଶେଷ ହେଲା ପରେ ହିଁ କ୍ରିକେଟ ପୁଣି ଥରେ ଆରମ୍ଭ ହେବା କଥା ।

ଅନ୍ୟ ଖେଳ ମାନଙ୍କ ଭଳି ଘରୋଇ ତଥା ଅନ୍ତରାଷ୍ଟ୍ରୀୟ କ୍ରିକେଟ ମଧ୍ୟ ବ୍ୟାହତ ହୋଇଛି । ଯାହା କାରଣରୁ ଜାତୀୟ ବୋର୍ଡ ଖାଲି ଷ୍ଟାଡିଅମରେ ଫ୍ୟାନ୍ସଙ୍କ ବିନା ମ୍ୟାଚ କରିବା କଥା ଚିନ୍ତା କରୁଛନ୍ତି ।

‘‘ମୋ ବ୍ୟକ୍ତିଗତ ମତରେ ଆମେ ପ୍ରଥମେ ଆମ ଦେଶ, ସାରା ବିଶ୍ବକୁ କୋରନା ଠାରୁ ମୁକ୍ତ କରିବା,’’ ବୋଲି ବିବିସି ପୋଡକାଷ୍ଟ ‘ଦ ଦୁସରା’ ରେ କହିଛନ୍ତି ଯୁବି ।

ସେ ଆହୁରି ମଧ୍ୟରେ କହିଛନ୍ତି ଯେ, ‘‘ଏହା ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହେବ ନଚେତ 90-95% କମିବା ଦରକାର, କାରଣ ଯଦି ଏହା ବଢ଼ିବାରେ ଲାଗେ ତେବେ ଖେଳାଳି ମାନେ ମଧ୍ୟ ପଡ଼ିଆକୁ ଓହ୍ଲାଇବାକୁ, ଡ୍ରେସିଙ୍ଗ ରୁମକୁ ଯିବା ପାଇଁ କିମ୍ବା ଚେଞ୍ଜିଂ ରୁମକୁ ଯିବା ପାଇଁ ଭୟ କରିବେ ।’’

2011 ବିଶ୍ବକପର ହିରୋ ଭାବନ୍ତି ଯେ ଖେଳାଳି ମାନେ ଏମିତିରେ ବି ପଡ଼ିଆରେ ଥିବା ବେଳେ ତାଙ୍କ ଉପରେ ଅନେକ ଚାପ ଥାଏ, ଆଉ ଯେତେବେଳେ ଭାଇରସ କଥା ସେମାନେ ଚିନ୍ତା କରିବେ ସେମାନେ ଖେଳରେ ଧ୍ୟାନ ଦେଇ ପାରିବେ ନାହିଁ ।

ଯୁବରାଜ କହିଛନ୍ତି ଯେ, ‘‘ ଆପଣ ଯେତେବେଳେ ଗ୍ଲୋଭ୍ସ ପିନ୍ଧି ବ୍ୟାଟିଂ କରୁଥିବେ, ଆପଣଙ୍କର ଝାଳ ବାହାରିବ, ଆପଣ ବ୍ୟାଟିଂ କରୁଥିବେ ଓ ଆପଣଙ୍କୁ କଦଳୀ ଖାଇବାକୁ ଇଚ୍ଛା ହେବ । ସେତେବେଳେ କଦଳୀ ଜଦି ଅନ୍ୟ କେହି ଜଣେ ଧରିଥିବ ତେବେ ଆପଣଙ୍କ ମନରେ କୋରୋନା ଭୟ ଯୋଗୁଁ ଭାବନା ଆସିବ ଯେ ଥାଉ ମୁଁ ସେ କଦଳୀ ଖାଇବିନି ।’’

‘‘ସେଭଳି ପ୍ରଶ୍ନ ଓ ଭାବନା ସବୁ ଖେଳିବା ବେଳେ ଆପଣ ନିଜ ମନରେ ଆଣିବାକୁ ଚାହିଁବେନି । ଆପଣଙ୍କୁ ବଲ ଉପରେ ଧ୍ୟାନ ଦେବାକୁ ପଡିବ । ତେବେ ଏହା ମୋର ବ୍ୟକ୍ତିଗତ ମତ । ଏହା ଉପରେ ସାରା ବିଶ୍ବ ଆଲୋଚନା କରି ପାରିବ’’ ବୋଲି ଯୁବି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.