ETV Bharat / sports

ବ୍ରିସବେନ ଭେନ୍ୟୁ ବଦଳିବା ଖବରକୁ କ୍ରିକେଟ ଅଷ୍ଟ୍ରେଲିଆର ଖଣ୍ଡନ - କ୍ରିକେଟ ଅଷ୍ଟ୍ରେଲିଆର ଖଣ୍ଡନ

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମ ବ୍ରିସବେନରେ 4ର୍ଥ ଟେଷ୍ଟ ଖେଳିବାକୁ ନାରାଜ ଖବରକୁ ସୋମବାର ଖଣ୍ଡନ କରିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିବାହୀ ନିକ ହକଲେ । ଅଧିକ ପଢନ୍ତୁ...

Cricket Australia rejects reports of India seeking change of venue for Brisbane Test
ବ୍ରିସବେନ ଭେନ୍ୟୁ ବଦଳିବା ଖବରକୁ କ୍ରିକେଟ ଅଷ୍ଟ୍ରେଲିଆର ଖଣ୍ଡନ
author img

By

Published : Jan 4, 2021, 5:21 PM IST

ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମ ବ୍ରିସବେନରେ 4ର୍ଥ ଟେଷ୍ଟ ଖେଳିବାକୁ ନାରାଜ ଖବରକୁ ସୋମବାର ଖଣ୍ଡନ କରିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିବାହୀ ନିକ ହକଲେ । ବ୍ରିସବେନରେ କଠୋର କ୍ବାରେଣ୍ଟିନ ନିୟମ ଓ କୁଇନ୍ସଲାଣ୍ଡ କ୍ରୀଡା ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଧମକ ପରେ ଭାରତୀୟ ଖେଳାଳି ବ୍ରିସବେନ ଟେଷ୍ଟ ଖେଳିବେ ନାହିଁ ବୋଲି ଖବର କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ତେବେ ଏହି ଗୁଜବ ନେଇ ସ୍ପଷ୍ଟ କରିଛନ୍ତି ହକଲେ ।

ଭାରତୀୟ କ୍ରିକେଟ ବୋର୍ଡ ସଂପୂର୍ଣ୍ଣ ଭାବେ କୁଇନ୍ସଲାଣ୍ଡର ଆବଶ୍ୟକୀୟ କ୍ବାରେଣ୍ଟିନ ପାଇଁ ସହଯୋଗ ମନୋଭାବର ରହିଥିଲା । ପ୍ରତିଦିନ ବିସିସିଆଇ ସହ କଥା ହେଉଛୁ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ହକଲେ ।

"ବିସିସିଆଇ ସଂପୂର୍ଣ୍ଣ ସହଯୋଗ ମନୋଭାବର, ସେଥିପାଇଁ ଆବଶ୍ୟକୀୟ ସମର୍ଥନ ବ୍ୟତୀତ ଆମକୁ ଅନ୍ୟ କିଛି କହିବାର ଆବଶ୍ୟକତା ନାହିଁ । ଉଭୟ ଟିମ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଖେଳିବାକୁ ଚାହାନ୍ତି ।"

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଆସନ୍ତା ଗୁରୁବାର ଠାରୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବା ନେଇ ସୂଚୀ ରହିଛି । ବର୍ତ୍ତମାନା ସିରିଜ 1-1ରେ ବରାବର ରହିଛି । ଚତୁର୍ଥ ଟେଷ୍ଟ ଜାନୁଆରୀ 15ରୁ ଗାବାରେ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.