ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲର । କୋରୋନା ସଂକ୍ରମିତ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ 6 ଦିନ ପୂର୍ବରୁ କ୍ରିକେଟର ମହାନୟକଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ସଚିନ ।
ସେ ଟ୍ବିଟ କରି ସମସ୍ତ ଶୁଭେଚ୍ଛୁ ତଥା ପ୍ରଶଂସକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରୀ ପରାମର୍ଶ ଏବଂ ଅଧିକ ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ସଚିନ ଲେଖିଛନ୍ତି । ଏହା ସମସ୍ତେ ସେ, ସମସ୍ତଙ୍କୁ ନିଜର ସୁରକ୍ଷା ନେବା ସହ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି ।
ଗତ ମାର୍ଚ୍ଚ 27 ତାରିଖ ଦିନ କ୍ରିକେଟଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଜଣାପଡିବା ପରେ ସେ ନିଜକୁ ହୋମଆଇସୋଲେସନ କରିଥିଲେ । ଅନ୍ୟପଟେ, 2011 ବିଶ୍ବ କପରେ ଭାରତୀୟ ବିଜୟକୁ 10 ବର୍ଷ ପୂରିଛି । ଭାରତର ଏହି ବିଜୟ ପାଇଁ ସଚିନ ସମସ୍ତ ଟିମ ସଦସ୍ୟକୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମେତ ଇରାଫ ପଠାନ ଓ ତାଙ୍କ ଭାଇ ୟୁସୁଫ ପଠାନ ଓ ଏସ ବଦ୍ରିନାଥ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ