ଲାହୋର: କ୍ରିକେଟରଙ୍କ ଜୀବନ ନେଲା ମହାମାରୀ କୋରୋନା ଭାଇରସ । ପାକିସ୍ତାନର ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଜାଫର ସର୍ଫରାଜଙ୍କ ମୃତ୍ୟୁ ହୋଇଛି । 50 ବର୍ଷିୟ ସର୍ଫରାଜ କୋରୋନା ପଜିଟିଭି ଚିହ୍ନଟ ହେବାପରେ ତାଙ୍କର ଚିକିତ୍ସା ଚାଲିଥିଲା ।
ପେସୱାରର ଏକ ଘରୋଇ ହସ୍ପିଟାଲରେ ଗତ 3ଦିନଧରି ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାପରେ ସର୍ଫରାଜ ପାକିସ୍ତାନରେ ପ୍ରଥମ ପେଷାଦାର କ୍ରିକେଟର ଭାବେ କୋରୋନା ଭାଇରସରେ ପ୍ରାଣ ହରାଇଛନ୍ତି । ସର୍ଫରାଜ ପାକିସ୍ତାନର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଅଖତର ସର୍ଫରାଜଙ୍କ ଭାଇ ।
1988ରେ କ୍ରିକେଟରେ ଡେବ୍ୟୁ କରିଥିଲେ ସର୍ଫରାଜ । ଏହାପରେ 15ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରୁ ତାଙ୍କ ନାମରେ ରହିଛି 616 ରନ । ଏଥିସହିତ 6ଟି ଦିନିକିଆ ମ୍ୟାଚରୁ 96 ରନ ମଧ୍ୟ ସେ ସଂଗ୍ରହ କରିଛନ୍ତି । ବର୍ଷ 1994ରେ କ୍ରିକେଟରୁ ଅବସର ନେଇ କୋଚ ଦାୟିତ୍ବ ଗ୍ରହଣ କରିଥିଲେ । 19 ବର୍ଷରୁ କମ ପେସୱାର ଟିମ ଓ ସିନିୟର ପେସୱାର ଟିମର କୋଚ ରହିଛନ୍ତି ସର୍ଫରାଜ ।