ETV Bharat / sports

ଆଉ କିଛି ସମୟ ଖେଳିଥାନ୍ତି, ଆଣ୍ଠୁ ଅନୁମତି ଦେଲାନି: ଶ୍ରୀନାଥ

ନିଜ କ୍ୟାରିୟର ବିଷୟରେ ଆଲୋଚନା କଲେ ପୂର୍ବତନ ପେସର ଜଭଗଲ ଶ୍ରୀନାଥ । କହିଲେ ଆଣ୍ଠୁ ସମସ୍ୟା ଯୋଗୁଁ ଖେଳି ପାରିଲି ନାହିଁ ଅଧିକ ସମୟ । ଅଧିକ ପଢ଼ନ୍ତୁ...

Could have played little longer,  knees made it difficult says Srinath, javagal srinath, ଆଣ୍ଠୁ ଅନୁମତି ଦେଲାନି, ଜଭଗଲ ଶ୍ରୀନାଥ, ଆଉ କିଛି ସମୟ ଖେଳିଥାନ୍ତି
ଆଉ କିଛି ସମୟ ଖେଳିଥାନ୍ତି, ଆଣ୍ଠୁ ଅନୁମତି ଦେଲାନି: ଜଭଗଲ ଶ୍ରୀନାଥ
author img

By

Published : Jun 20, 2020, 7:29 PM IST

ମୁମ୍ବାଇ: ଭାରତର ପୂର୍ବତନ ପେସର ଜଭଗଲ ଶ୍ରୀନଥ କହିଛନ୍ତି ଯେ ତାଙ୍କ ଆଣ୍ଠୁ ସମସ୍ୟା ପାଇଁ ସେ ଶୀଘ୍ର ଅବସର ନେଇଥିଲେ । ଏହାସହ ସେ ଚାହୁଁଥିଲେ ଯେ ନୂଆ ପେସର ଜହିର ଖାନ ଆଶିଷ ନେହେରା ଅଧିକ ପ୍ରସ୍ଫୁଟିତ ହୁଅନ୍ତୁ ।

ମୋର ହାତ ଏବଂ ଆଣ୍ଠୁ ତଳକୁ ଖସିବାକୁ ଲାଗିଥିଲା । ସେତେବେଳେ ଜହିର ଏବଂ ଆଶିଷ ସେଠାରେ ଥିଲେ । ମୁଁ ଯେତେବେଳେ ଖେଳୁଥିଲି, ସେତେବେଳେ ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ସୁଯୋଗ ମିଳୁଥିଲା, ବୋଲି ଶ୍ରୀନଥ ଷ୍ଟାର ସ୍ପୋର୍ଟସ 1ର ନୂଆ କନ୍ନଡ ସୋ ‘ଦିଗ୍ଗଜାରା ଦନ୍ତାକଥେ'ରେ କହିଛନ୍ତି ।

ଏହି ସୋ କ୍ରିକେଟ ପଡ଼ିଆ ବାହାରେ ଖେଳାଳିଙ୍କ ଅଭିଜ୍ଞତା ତଥା କିମ୍ବଦନ୍ତୀଙ୍କ କ୍ରିକେଟ ପରର ଜୀବନକୁ ଦେଖାଇଥାଏ । ଏହି ସୋ ରେ ଖେଳାଳି ମାନେ ନିଜ କ୍ୟାରିୟର ବିଷୟରେ ବିଭିନ୍ନ ସ୍ମୃତି ସେୟାର କରିବା ସହ ତାଙ୍କ ଜୀବନ ଯାତ୍ରା ବିଷୟରେ କହିଥାନ୍ତି । ଏହାସହ ସେମାନେ ନିଜର ପ୍ରିୟ ଖେଳାଳି, ସ୍ମରଣୀୟ ମୂହୁର୍ତ୍ତ, ଚଳଚ୍ଚିତ୍ର, ଗୀତ ଆଦି ବିଷୟରେ ମଧ୍ୟ କୁହନ୍ତି ।

‘‘କପିଲ ଦେବ ଏବଂ ମନୋଜ ପ୍ରଭାକର ଖେଳୁ ଥିବାବେଳେ ମୁଁ ମଧ୍ୟ ସମାନ ପର୍ଯ୍ୟାୟ ଦେଇ ଗତି କରିଥିଲି।’’

‘‘ବେଳେବେଳେ ପିଚରେ, ଯଦି କେବଳ ଦୁଇଜଣ ଦ୍ରୁତ ବୋଲର ଥାଆନ୍ତି, ତେବେ ଏହା କଷ୍ଟସାଧ୍ୟ ହୋଇପଡେ । ଆଉ ମୋ ପାଇଁ ଭାରତ ପିଚ୍ ଉପରେ ବୋଲିଂ କରିବା କଷ୍ଟକର ହେଉଥିଲା । ମତେ ସେତେବେଳେ 33 ବର୍ଷ ବୟସ ହୋଇଥିଲା। ମୁଁ ବୋଧହୁଏ ଆଉ ଗୋଟିଏ ବର୍ଷ ଖେଳିପାରିଥାନ୍ତି, କିନ୍ତୁ ମୋର ଆଣ୍ଠୁ ଏହାକୁ କଷ୍ଟସାଧ୍ୟ କରିଥିଲା,’’ ବୋଲି ବର୍ତ୍ତମାନ ଆଇସିସି ମ୍ୟାଚ୍ ରେଫରି ଥିବା ଶ୍ରୀନଥ କହିଛନ୍ତି।

1991-2003 ମଧ୍ୟରେ ଶ୍ରୀନାଥ 67ଟି ଟେଷ୍ଟ ଏବଂ 229ଟି ଦିନିକିଆ ଖେଳିଥିଲେ ଏବଂ ଭାରତର ପ୍ରଥମ ପ୍ରକୃତ ଦ୍ରୁତତମ ବୋଲର ହୋଇଥିଲେ ଯିଏ କପିଲ ଦେବଙ୍କ ସହ ଦ୍ରୁତ ବୋଲିଂ କରିପାରୁଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.