ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୋଧୀ ଲଢେଇରେ ସହାୟତାର ହାତ ବଢାଇଛନ୍ତି ମହିଳା କ୍ରିକେଟର ପୁନମ ଯାଦବ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ରାଶି ଆକାରରେ 2 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ପୁନମ । ଏଥିସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ମଧ୍ୟ ଦାନ କରିଛନ୍ତି । ପୁନମଙ୍କ ପୂର୍ବରୁ ମହିଳା କ୍ରିକେଟର ରିଚା ଘୋଷ 1ଲକ୍ଷ ଟଙ୍କା ଦାନ କରିଥିଲେ ।
ଦେଶର ଏପରି କଠିନ ସମୟରେ ସମସ୍ତେ ସହଯୋଗ କରିବା ଜରୁରୀ ବୋଲି ପୁନମ କହିଛନ୍ତି । ଏଥିସହିତ ସମସ୍ତର ସୁସ୍ଥତା କାମନା କରିବା ସହ, ଶୀଘ୍ର ଆମେ ଏହି ମହାମାରୀକୁ ପରାସ୍ତ କରିବା ବୋଲି କହିଛନ୍ତି ପୁନମ ଯାଦବ ।
ସଦ୍ୟ ସମାପ୍ତ ହୋଇଥିବା ଟି-20 ବିଶ୍ବକପରେ ଭାରତକୁ ଫାଇନାଲରେ ପହଞ୍ଚାଇବାରେ ପୁନମ ପ୍ରମୁଖ ଭୁମିକା ନିଭାଇଥିଲେ । ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ରନର୍ସ-ଅପରେ ସନ୍ତୁଷ୍ଟ ହୋଇଥିଲା ।