ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଚୁଡାନ୍ତ ହୋଇଛି ଭାରତର ବିଦେଶୀ ଦିବାରାତ୍ର ଟେଷ୍ଟ ମ୍ୟାଚ ପ୍ରସଙ୍ଗ । ଚଳିତ ବର୍ଷ ଭାରତର ଅଷ୍ଟ୍ରେଲିଆ ଗସ୍ତ ଖେଳାଯିବା ଡେ/ନାଇଟ ଟେଷ୍ଟ ମ୍ୟାଚ । ଏନେଇ ବିସିସିଆଇ ଅଧକ୍ଷ୍ୟ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ତେବେ ଭାରତ ଅଷ୍ଟ୍ରେଲିଆର କୌଣସି ଗ୍ରାଉଣ୍ଡରେ ଡେ/ନାଇଟ ଟେଷ୍ଟ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ବୋଲି ନିକଟରେ ଅଧିନାୟକ କୋହଲି ମଧ୍ୟ କହିସାରିଛନ୍ତି ।
ରବିବାର ବସିଥିବା ବିସିସିଆଇ ବୈଠକ ପରେ ଦାଦା କହିଛନ୍ତି, "ହଁ , ଅଷ୍ଟ୍ରେଲିଆରେ ଡେ/ନାଇଟ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏନେଇ ମୌଖିକ ଘୋଷଣା କରାଯିବ ।" ସେ ଅଧିକ ସୂଚନା ଦେଇ କହିଛନ୍ତି ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର 2ୟ ମ୍ୟାଚ ମଧ୍ୟ ଏକ ଡେ/ନାଇଟ ଟେଷ୍ଟ ମ୍ୟାଚ ହେବ । କାରଣ ପ୍ରତି ଟେଷ୍ଟ ସିରିଜରେ ଅତିକମରେ ଗୋଟିଏ ମ୍ୟାଚକୁ ଡେ/ନାଇଟ ମ୍ୟାଚ କରିବା ନେଇ ବୋର୍ଡ ଯୋଜନା କରୁଛି ।
ଉଲ୍ଲେଖଥାଉ କି, ଗତ ବର୍ଷ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ମ୍ୟାଚ ଡେ/ନାଇଟ ଟେଷ୍ଟ ହୋଇଥିଲା । ଯାହା କି କୋଲକତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିଲା । ଯେଉଁଥିରେ ଭାରତ ବିଜୟୀ ହୋଇଥିବା ବେଳେ ମ୍ୟାଚ ଦେଖଇବା ପାଇଁ ଦର୍ଶଙ୍କ ଉତ୍କଣ୍ଠା ବଢିଥିଲା ।