ETV Bharat / sports

‘ଯୁବରାଜ ଓ ଧୋନିଙ୍କ ମଧ୍ୟରୁ ଜଣକୁ ବାଛିବା ଯାହା ମା ବାପାଙ୍କ ମଧ୍ୟରୁ ଜଣକୁ ବାଛିବା ତାହା’

author img

By

Published : Apr 27, 2020, 7:11 PM IST

ଯୁବରାଜ ଓ ଧୋନିଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ମା ଓ ବାପାଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ଭଳି କଷ୍ଟ ସାଧ୍ୟ କାମ ବୋଲି କହିଛନ୍ତି ଭାରତୀୟ ଫାଷ୍ଟ ବୋଲର ଜସପ୍ରୀତ ବୁମରା । ଅଧିକ ପଢ଼ନ୍ତୁ...

choosing between Yuvraj and Dhoni, choosing between mum and dad, jaspreet bumrah, Yuvraj and Dhoni, ଯୁବରାଜ ଓ ଧୋନି, ଜସପ୍ରୀତ ବୁମରା
‘ଯୁବରାଜ ଓ ଧୋନିଙ୍କ ମଧ୍ୟରୁ ଜଣକୁ ବାଛିବା ଯାହା ମା ବାପାଙ୍କ ମଧ୍ୟରୁ ଜଣକୁ ବାଛିବା ତାହା’

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ତଥା 2011 ବିଶ୍ବକପର ହିରୋ ଯୁବରାଜ ସିଂହ ଜସପ୍ରୀତ ବୁମରାଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ ଯେ ସେ ମୁସ୍କିଲରେ ପଡ଼ିଯାଇଥିଲେ । ଏକ ଲାଇଭ ଚାଟ ବେଳେ ଯୁବରାଜ ବୁମରାଙ୍କୁ ପଚାରିଥିଲେ ଯେ ସେ ଧୋନି ଓ ତାଙ୍କ ଭିତରୁ ମିଡିଲ-ଅର୍ଡର ବ୍ୟାଟ୍ସମ୍ୟାନ ଭାବେ କାହାକୁ ଚୟନ କରିବେ ।

ଯୁବରାଜ ବୁମରାଙ୍କୁ ସଚିନ ଓ ବିରାଟ କୋହଲିଙ୍କ ମଧ୍ୟରୁ ମଧ୍ୟ ଜଣକୁ ବାଛିବାକୁ କହିଥିଲେ ।

ତେବେ ବୁମରା ମଧ୍ୟ ଖୁବ ଚତୁରତାର ସହ ଏହି ଜଟିଳ ପ୍ରଶ୍ନ ଗୁଡି଼କର ଉତ୍ତର ଦେଇଥିଲେ । ସଚିନ ଓ କୋହଲିଙ୍କ ମଧ୍ୟରୁ ଜଣକୁ ବାଛିବା ଭଳି କ୍ରିକେଟ ଅଭିଜ୍ଞତା ତାଙ୍କର ନାହିଁ ବୋଲି କହିଥିଲେ ବୁମରା । ଅନ୍ତର୍ଜାତୀୟ କ୍ରିକେଟରେ ସେମାନଙ୍କ ଠାରୁ ମୁଁ ବହୁତ ପଛରେ ଅଛି ।

ତେବେ ଯୁବି ଓ ମାହିଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ନେଇ ପ୍ରଶ୍ନର ଉତ୍ତରରେ ବୁମରା କହିଛନ୍ତି ଯେ, ‘‘ଯୁବରାଜ ଓ ଧୋନିଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ମା ଓ ବାପାଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ଭଳି କଷ୍ଟ ସାଧ୍ୟ କାମ ।’’

“ଆପଣଙ୍କର କଟକ ଦିନିକିଆ ମନେ ଅଛି, ଯେଉଁଠାରେ ଆପଣ ଆପଣଙ୍କର ସର୍ବାଧିକ ଦିନିକିଆ ରନ ସ୍କୋର କରିଥିଲେ ? ସେଦିନ ପୁରା ଡ୍ରେସିଂ ରୁମ ଆନନ୍ଦିତ ହେଲା, ମୁଁ ବହୁତ ଖୁସି ହୋଇଥିଲି, କାରଣ ଆପଣ ଦୁହିଙ୍କ ଏକାଠି ଭାଗିଦାରୀ ଦେଖି ମୁଁ ପିଲାବେଳୁ ବେଶ ଖୁସି ଅନୁଭବ କରି ଆସିଛି । ସତ କଥା ହେଉଛି ମୁଁ ଆପଣ ଦୁହିଙ୍କ ଭିତରୁ ଜଣକୁ ବାଛି ପାରିବି ନାହିଁ ।’’ ବୋଲି ବୁମରା କହିଥିଲେ ।

ବୁମରା କଟକ ଠାରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ଏବଂ ଧୋନିଙ୍କ ମଧ୍ୟରେ ଚତୁର୍ଥ ୱିକେଟ ପାଇଁ 256 ରନ ଭାଗିଦାରୀକୁ ମନେ ପକାଇଥିଲେ। ଭାରତର ଟପ ଅର୍ଡର ଫେଲ ମାରିବା ପରେ ଧୋନି ଓ ଯୁବି ପାରି ସମ୍ଭାଳିଥିଲେ ଏବଂ ଭାରତକୁ 381 ରନର ବିଶାଳ ସ୍କୋର କରିବାରେ ସହାୟକ ହୋଇଥିଲେ । ସେହି ମ୍ୟାଚରେ ଯୁବରାଜ 150 ସ୍କୋର କରିଥିଲେ, ଯାହା ଏକଦିବସୀୟ କ୍ରିକେଟରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର ।

ଉତ୍ତର ଦେବାକୁ ବହୁତ ସମୟ ନେବା ପରେ ମଧ୍ୟ ବୁମରାଙ୍କ ଏପରି ଉତ୍ତରରେ ଯୁବରାଜ ଖୁସି ନଥିଲେ। ତଥାପି, ବୁମରା ଅନୁଭବ କଲେ ଯେ ସେ ଜଟିଳ ପ୍ରଶ୍ନକୁ ଭଲ ଭାବରେ ସମାଧାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.