ETV Bharat / sports

ଚେନ୍ନାଇ ଟେଷ୍ଟ: କୁଲଦୀପଙ୍କ ଗଳା ଧରିଲେ ସିରାଜ, ଭିଡିଓ ଭାଇରାଲ - ଚେନ୍ନାଇ ଟେଷ୍ଟ

ଚେନ୍ନାଇ ଟେଷ୍ଟର ଦ୍ବିତୀୟ ଦିନର ଶେଷରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା କ୍ରିକେଟ ମହଲରେ ହଟଚମଟ ସୃଷ୍ଟି କରିଛି । ସ୍ପିନର କୁଲଦୀପ ଯାଦବଙ୍କ ଗଳାକୁ ଧରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ । ଅଧିକ ପଢନ୍ତୁ...

CHENNAI TEST SIRAJ GRABS KULDEEP BY HIS NECK VIDEO GOES VIRAL
ଚେନ୍ନାଇ ଟେଷ୍ଟ: କୁଲଦୀପଙ୍କ ଗଳା ଧରିଲେ ସିରାଜ, ଭିଡିଓ ଭାଇରାଲ
author img

By

Published : Feb 6, 2021, 10:59 PM IST

ଚେନ୍ନାଇ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ଅନ୍ୟପଟେ ଚେନ୍ନାଇ ଟେଷ୍ଟର ଦ୍ବିତୀୟ ଦିନର ଶେଷରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା, କ୍ରିକେଟ ମହଲରେ ହଟଚମଟ ସୃଷ୍ଟି କରିଛି । ଏହି ସମୟର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଭିଡିଓରେ ସ୍ପିନର କୁଲଦୀପ ଯାଦବଙ୍କ ଗଳାକୁ ଧରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଉଭୟ ସିରାଜ ଓ କୁଲଦୀପଙ୍କୁ ଭାରତୀୟ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ସିରାଜ ଅଷ୍ଟ୍ରେଲିଆରେ 3ଟି ମ୍ୟାଚ ଖେଳି ସର୍ବାଧିକ (13 ୱିକେଟ) ୱିକେଟ ଦଖଲକାରୀ ଭାରତୀୟ ବୋଲର ରହିଥିଲେ ।

ସିରାଜଙ୍କ ସ୍ଥାନରେ ଭେଟେରାନ ପେସର ଇଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିଥିବାବେଳେ, କୁଲଦୀପ ଯାଦବଙ୍କ ବଦଳରେ ସାହାବାଜ ନଦୀମଙ୍କୁ ସୁଯୋଗ ମିଳିଛି । କୁଲଦୀପ ଶେଷ ଥର ପାଇଁ ଦୁଇବର୍ଷ ପୂର୍ବେ ସିଡନୀରେ ଖେଳିଥିଲେ ଓ 5 ୱିକେଟ ହାସଲ କରିଥିଲେ । କୁଲଦୀପଙ୍କ ବଦଳରେ ଚେନ୍ନାଇ ଟେଷ୍ଟରେ ନଦୀମଙ୍କୁ ସୁଯୋଗ ମିଳିବା ପରେ ଅନେକ କ୍ରିକେଟପ୍ରେମୀ ବିସ୍ମିତ କରିଥିଲେ ।

ତେବେ ଶନିବାର ଭାଇରାଲ ହୋଇଥିବା ଭିଡିଓରେ ଦୁଇ ଖେଳାଳି ସିରାଜ ଓ କୁଲଦୀପଙ୍କ ମଧ୍ୟରେ କଣ ଘଟିଛି ସ୍ପଷ୍ଟ ହୋଇନାହିଁ । ତେବେ ପରବର୍ତ୍ତୀ ସମୟରେ ଏହା ସାମ୍ନାକୁ ଆସିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.