ETV Bharat / sports

CSK VS SRH: ଟସ ଜିତି ବୋଲିଂ କରିବ ଚେନ୍ନାଇ, ସ୍ବଦେଶ ଫେରିଲେ ୱିଲିୟମସନ - SRH

ଆଇପିଏଲର ମ୍ୟାଚ ନମ୍ବର-40ରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ଘରୋଇ ଦଳର ଅଧିନାୟକ ଏମ ଏସ ଧୋନି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 23, 2019, 8:19 PM IST

ଚେନ୍ନାଇ: ଆଇପିଏଲର ମ୍ୟାଚ ନମ୍ବର-40ରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ଘରୋଇ ଦଳର ଅଧିନାୟକ ଏମଏସ ଧୋନି । ଅନ୍ୟପଟେ SRHର ଅଧିନାୟକ କେନ ୱିଲିୟମସନ କିଛି ବ୍ୟକ୍ତିଗତ କାରଣ ପାଇଁ ସ୍ବଦେଶ ଫେରିଯାଇଛନ୍ତି । ତାଙ୍କ ସ୍ଥାନରେ କାମଚଳା ଅଧିନାୟକ ଭୁବନେଶ୍ବର କୁମାର ଟସ ପାଇଁ ଫିଲ୍ଡକୁ ଆସିଥିଲେ ।

ସିଜିନ୍ ଆରମ୍ଭରୁ ୱିଲିୟମସନ୍ ଆହତ ସମସ୍ୟାରେ ଥିଲେ ଏବଂ ଏହି କାରଣରୁ ସେ ପ୍ରାରମ୍ଭିକ ମ୍ୟାଚ୍ ଖେଳିପାରିନଥିଲେ । କିନ୍ତୁ ଏବେ ଫିଟ୍ ହେଲା ବେଳକୁ ୱିଲିୟମସନ୍ ସ୍ୱଦେଶ ଫେରିଯାଇଛନ୍ତି । ଚଳିତ ସିଜନରେ ହାଇଦ୍ରାବାଦର ପ୍ରଦର୍ଶନ ସେତେଟା ଆଶାନୁରୂପ ରହିନାହିଁ । ଟିମ୍ ଏପର୍ଯ୍ୟନ୍ତ ୯ ମ୍ୟାଚରୁ ୫ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ଆଜି ଚେନ୍ନାଇ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ତେବେ ଆଜି ମ୍ୟାଚରେ ବିଜୟ ହେଲେ 16 ପଏଣ୍ଟ ସହ ଚେନ୍ନାଇ ପ୍ଲେ-ଅଫରେ ପ୍ରଥମ ଟିମ ଭାବେ ପ୍ରବେଶ କରିବ । ସେହିପରି 10 ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନରେ ଥିବା ଏସଆରଏଚ୍‌ ଦଳ ମ୍ୟାଚ ବିଜୟ ସହ 3ୟ ସ୍ଥାନକୁ ଉଠିବା ପାଇଁ ଲକ୍ଷ୍ୟ ରଖିଛି ।

ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଭୁବନେଶ୍ୱର କୁମାର (ଅଧିନାୟକ), ମନିଷ ପାଣ୍ଡେ, ଦୀପକ ହୁଦା, ଶାକି ଅଲ ହସେନ, ଡେଭିଡ ଓ୍ବାର୍ନର, ରସିଦ ଖାନ, ଜନୀ ବେୟାରଷ୍ଟୋ(ୱି), ବିଜୟ ଶଙ୍କର, ୟୁସୁଫ ପଠାନ, ସନଦୀପ ଶର୍ମା. ଖଲ୍ଲୀଲ ଅହମ୍ମଦ ।

ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ଏମଏସ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଶେନ୍‌ ଓ୍ବାଟସନ, ଫାଫ୍‌ ଡୁପ୍ଲେସି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଇମ୍ରାନ ତାହିର, ଦୀପକ ଚହର, ହରଭଜନ ସିଂ, ଇମ୍ରାନ ତାହିର ।

Intro:Body:

gfdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.