ETV Bharat / sports

ଆଇପିଏଲ 2020: ଚହଲଙ୍କ ନାଁରେ ଆଉ ଏକ ରେକର୍ଡ - ୟୁଜବେନ୍ଦ୍ର ଚହଲ

ଗୁରୁବାର ଦିନ ପଞ୍ଜାବ ଖେଳାଳି ମୟଙ୍କ ଅଗ୍ରଓ୍ବାଲଙ୍କୁ ଆଉଟ କରି ଚହଲ ଟି-20 କ୍ରିକେଟରେ 200ଓ୍ବିକେଟ ହାତେଇଛନ୍ତି । ତେବେ ଏହି କୀର୍ତ୍ତିମାନ ହାସଲ କରିଥିବା ବିଶ୍ବରେ 40ତମ ଖେଳାଳି ହୋଇଯାଇଛନ୍ତି ୟୁଜବେନ୍ଦ୍ର ଚହଲ ଓ ଭାରତୀୟ ଭାବେ 5ମ ବୋଲର ।

ଆଇପିଏଲ 2020: ଚହଲଙ୍କ ନାଁରେ ଆଉ ଏକ ରେକର୍ଡ
ଆଇପିଏଲ 2020: ଚହଲଙ୍କ ନାଁରେ ଆଉ ଏକ ରେକର୍ଡ
author img

By

Published : Oct 16, 2020, 7:51 AM IST

ଶାରଜାହା: 5ମ ଭାରତୀୟ ଭାବେ ଟି-20ରେ 200 ଓ୍ବିକେଟ ନେଲେ ଚହଲ । ଆରସିବିର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏହି କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି । ଗୁରୁବାର ଦିନ ପଞ୍ଜାବ ଖେଳାଳି ମୟଙ୍କ ଅଗ୍ରଓ୍ବାଲଙ୍କୁ ଆଉଟ କରି ଚହଲ ଟି-20 କ୍ରିକେଟରେ 200ଓ୍ବିକେଟ ହାତେଇଛନ୍ତି ।

ତେବେ ଏହି କୀର୍ତ୍ତିମାନ ହାସଲ କରିଥିବା ବିଶ୍ବରେ 40ତମ ଖେଳାଳି ହୋଇଯାଇଛନ୍ତି ୟୁଜବେନ୍ଦ୍ର ଚହଲ ଓ ଭାରତୀୟ ଭାବେ 5ମ ବୋଲର ଚହଲ । ତେବେ ଏହି କୀର୍ତ୍ତିମାନ 180ତମ ମ୍ୟାଚରେ ହାସଲ କରିଛନ୍ତି ।

ଚହଲଙ୍କ ପୂର୍ବରୁ ଏହି ରେକର୍ଡ ପିୟୁଷ ଚାଓ୍ବାଲା(257), ଅମିତ ମିଶ୍ରା(256), ଆର ଅଶ୍ବିନ(242) ଓ ହରଭଜନ ସିଂ(235) ନିଜ ନାଁରେ କରିଛନ୍ତି । ଟି-20 କ୍ରିକେଟ ଇତିହାସରେ ସର୍ବାଧିକ ଓ୍ବିକେଟ ନେବାରେ ରେକର୍ଡ ଡ୍ବାଏନ ବ୍ରାଭୋ(511)ଙ୍କ ନାଁରେ ରହିଛି । 2ୟ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ମଲିଙ୍ଗା(390) ।

ସୂଚନାଥାଉକି, ଏହି ଲିଗ୍‌ରେ ବର୍ତ୍ତମାନ ସୁଦ୍ଧା ଚହଲ 11ଜଣଙ୍କୁ ଆଉଟ କରି ସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.