ETV Bharat / sports

ଗାଭାସ୍କରଙ୍କ ଟେଷ୍ଟ ଗୁଗଲି୍‌, ବାଉଣ୍ଡ୍ରୀ ବାହାରକୁ ଫିଙ୍ଗିଲେ ବେୟାରଷ୍ଟୋ - ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ

ଟେଷ୍ଟ କ୍ରିକେଟ ଖେଳିବାକୁ ଜନ୍ନି ବେୟାରଷ୍ଟୋ, ଆଗ୍ରହୀ ନଥିବା ଗାଭାସ୍କରଙ୍କ ଟିପ୍ପଣୀ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ଇଂଲିସ ବ୍ୟାଟ୍ସମ୍ୟାନ । ଅଧିକ ପଢନ୍ତୁ...

Call before you comment on me: Bairstow to Gavaskar
ଗାଭାସ୍କରଙ୍କ ଟେଷ୍ଟ ଗୁଗଲି୍‌, ବାଉଣ୍ଡ୍ରୀ ବାହାରକୁ ଫିଙ୍ଗିଲେ ବେୟାରଷ୍ଟୋ
author img

By

Published : Mar 27, 2021, 8:08 PM IST

ପୁନେ: ପୂର୍ବତନ ଭାରତୀୟ କ୍ୟାପଟେନ ସୁନୀଲ ଗାଭାସ୍କରଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋଙ୍କ କଟାକ୍ଷ । ଟେଷ୍ଟ କ୍ରିକେଟ ଖେଳିବାକୁ ବେୟାରଷ୍ଟୋ, ଆଗ୍ରହୀ ନଥିବା ଗାଭାସ୍କରଙ୍କ ଟିପ୍ପଣୀ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ନିଜେ ବେୟାରଷ୍ଟୋ ।

ଗାଭାସ୍କରଙ୍କ ଟେଷ୍ଟ ଗୁଗଲି୍‌, ବାଉଣ୍ଡ୍ରୀ ବାହାରକୁ ଫିଙ୍ଗିଲେ ବେୟାରଷ୍ଟୋ

"ମୋ ବିଷୟରେ ପ୍ରତିକ୍ରିୟା ରଖିବା ପୂର୍ବରୁ ମୋତେ ଫୋନ୍‌ କରି ପଚାରନ୍ତୁ । ମୁଁ ସହିତ କଥାବାର୍ତ୍ତା ନହୋଇ କିପରି ମୋର ଇଚ୍ଛା ବିଷୟରେ ଜାଣିଗଲେ" ବୋଲି ପ୍ରଶ୍ନ କରିଛନ୍ତି ଇଂଲିସ ବ୍ୟାଟ୍ସମ୍ୟାନ ।

ଦ୍ବିତୀୟ ଦିନିକିଆ ମ୍ୟାଚରେ ବେୟାରଷ୍ଟୋ କ୍ୟାରିୟରର 11ତମ ଦିନିକିଆ ଶତକ ହାସଲ କରିବା ସହ ଇଂଲଣ୍ଡକୁ 337 ରନର ବିଜୟ ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ବେୟାରଷ୍ଟୋଙ୍କ 124 ରନର ମ୍ୟାଚ ବିଜୟୀ ଶତକୀୟ ଇଂନିସ ଓ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିସ୍ଫୋରକ 99 ରନ ବଳରେ ଦ୍ବିତୀୟ ଦିନିକିଆକୁ 39 ବଲ୍‌ ବାକିଥାଇ ଜିତିନେଇଥିଲା ଭ୍ରମଣକାରୀ ଦଳ ।

ବେୟରଷ୍ଟୋ ଭାରତ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 3ଥର ଶୂନରେ ଆଉଟ ହୋଇଥିଲେ । ତେବେ ଦିନିକିଆ ସିରିଜର ଦୁଇଟି ମ୍ୟାଚରେ 94 ଓ 124 ରନର ଇଂନିସ ଖେଳି ଦମଦାର କମବ୍ୟାକ କରିସାରିଛନ୍ତି ।

ବେୟାରଷ୍ଟୋ କହିଛନ୍ତି, "ମୋ ଫୋନ୍‌ ସବୁବେଳେ ଖୋଲା ରହିଛି, କଲ୍‌ କରନ୍ତୁ ନଚେତ ମେସେଜ କରି ପ୍ରତିକ୍ରିୟା ନିଅନ୍ତୁ । ଟେଷ୍ଟ କ୍ରିକେଟ ଖେଳିବା କେତେ ପସନ୍ଦ ଓ କେତେ ଆଗ୍ରହୀ ନିଶ୍ଚୟ କହିବି ।"

31 ବର୍ଷୀୟ ବେୟାରଷ୍ଟୋ ସର୍ବାଧିକ ଦିନିକିଆ ଶତକ ହାସଲକାରୀ ଇଂଲିସ ବ୍ୟାଟ୍ସମ୍ୟାନ ତାଲିକାରେ 11 ଶତକ ସହ, ଜୋ ରୁଟ୍‌ଙ୍କ (16), ଇଆନ ମୋର୍ଗାନଙ୍କ (13) ଓ ମାର୍କସ ଟ୍ରେସସ୍କୋଥିକ(12)ଙ୍କ ପଛରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.