ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ(CAA)ର ବିରୋଧରେ ଜଳୁଛି ସାରା ପଶ୍ଚିମବଙ୍ଗ । ରାଜ୍ୟରେ ଇଣ୍ଟରନେଟ ସେବାକୁ ମଧ୍ୟ ରଦ୍ଦ କରାଯାଇଛି । ଏହା ଭିତରେ କୋଲକାତାଠାରେ ଆସନ୍ତା ଗୁରୁବାର (ଡିସେମ୍ବର 19) ହେବାକୁ ଯାଉଛି ଆଇପିଏଲ କିଣାବିକା ଅର୍ଥାତ ଆଇପିଏଲ ଅକ୍ସନ । ତେବେ ଏହି ମହା ସମାରୋହ ଧାର୍ଯ୍ୟ ତାରିଖ ଅନୁସାରେ ହେବ ବୋଲି ସୂଚନା ଦେଇଛି ବିସିସିଆଇ ।
ତେବେ ଆଜି (ମଙ୍ଗଲବାର) ଦିଲ୍ଲୀ ଫ୍ରାଞ୍ଚାଇଜ କୋଲକାତା ପହଞ୍ଚି ସାରିଛି । ପରେ ପରେ ଅନ୍ୟ ଦଳମାନଙ୍କର ଅଫିସିଆଲ୍ସ ଆସି ପହଞ୍ଚିବେ । ଯଦିଓ ଏହି ଆନ୍ଦୋଳନରେ କୋଲକାତା ବିପୁଳ ମାତ୍ରାରେ ପ୍ରଭାବିତ ହୋଇ ନାହିଁ । ମାତ୍ର ରାଜ୍ୟରେ ଲାଗି ରହିଥିବା ହିଂସା ଓ ବିକ୍ଷୋଭ ସ୍ଥିତିରେ ଆଇପିଏଲ ଅକ୍ସନର ଆୟୋଜନ ବିସିସିଆଇ ପାଇଁ ବିଗ ଚ୍ୟାଲେଞ୍ଜ ହୋଇଛି ।